ଭୁବନେଶ୍ୱର ; ୧୧ ଦିନିଆ ଖରା ଛୁଟି ପରେ ପୁଣି ଥରେ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢା ଆରମ୍ଭ ହେବ। ଏଥର କିନ୍ତୁ ସକାଳ ସ୍କୁଲ ବଦଳରେ ୧୦ଟାରୁ ପାଠପଢ଼ା ଆରମ୍ଭ ହେବ। ସକାଳ ୧୦ଟାରୁ ପୂର୍ବ ଭଳି କ୍ଲାସ୍ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାହେବ।
ପ୍ରଥମ ଦିନରେ ପ୍ରଧାନ ଶିକ୍ଷକମାନେ ସମସ୍ତ ଶିକ୍ଷକଙ୍କ ସହ ବୈଠକ କରି ଟାଇମ୍ ଟେବୁଲ, ଲେସନ୍ ଚାର୍ଟ ଆଦି ପ୍ରସ୍ତୁତ କରିବେ। ପିଲାଙ୍କ ପଢା ଓ ପରୀକ୍ଷା ଶେଷ ହୋଇନଥିବାରୁ ଠିକ୍ ସମୟରେ ପିଲାଙ୍କ ପାଠ ପଢା ସାରି ପରୀକ୍ଷା କରିବା ପାଇଁ ବିଭାଗ ପଦକ୍ଷେପ ନେଇଛି। ସ୍କୁଲ ସହ କଲେଜ ଓ ବିଶ୍ୱବିଦ୍ୟାଳୟ ମଧ୍ୟ ଆଜିଠାରୁ ହିଁ ଖୋଲୁଛି।
ଶିକ୍ଷକ ଶିକ୍ଷୟିତ୍ରୀ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚିବେ ଓ ଅପରାହ୍ନ ସାଢ଼େ ୪ଟା ଯାଏ କ୍ୟାମ୍ପସରେ ରହିବେ। ସ୍ୱାଭାବିକ କ୍ଲାସ୍ ଚାଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି। ଏକାଡେମିକ୍ କ୍ୟାଲେଣ୍ଡର ପ୍ରସ୍ତୁତ ସହ ଚଳିତ ଶିକ୍ଷାବର୍ଷ ୨୦୨୩ ମାର୍ଚ୍ଚ ସୁଦ୍ଧା ସାରିବାବା ଯୋଜନା ପ୍ରସ୍ତୁତ ହୋଇଛି।