କଟକ ; ମାହାଙ୍ଗା ଥାନା ଲଳିତଗିରି ଗାଁରେ ଅଘଟଣ । ସତର୍କତା ଅଭାବରୁ ଖଟରୁ ପଡ଼ି ୩ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ରାତିରେ ବଡ଼ବାପା ବଡ଼ବୋଉ ପାଖରେ ଶୋଇଥିଲା। ଆଜି ସକାଳେ ସେ ଖଟରୁ ତଳେ ପଡ଼ି ମୃତ୍ୟୁ ହୋଇଥିବା କୁହାଯାଉଛି। ତେଣେ ପଙ୍ଖା ଶବ୍ଦ ସାଙ୍ଗକୁ ନିଦରେ ଶୋଇଥିବାରୁ ଶିଶୁ କେତେବେଳେ ଖଟରୁ ତଳେ ପଡ଼ିଛି ଜାଣିନଥିବା କହିଛନ୍ତି ଶିଶୁର ବଡ଼ବୋଉ ବାସନ୍ତୀ ରାଉତ।ତେବେ ଶିଶୁକୁ କେହି ଜାଣିଶୁଣି ମାରିଦେଇଥିବା ସନ୍ଦେହ କରିଛନ୍ତି ମୃତ ଶିଶୁର ମାଆ ନିବେଦିତା ପ୍ରଧାନ। ଏହି ଘଟଣା ନେଇ ସେ ପୁଲିସ ନିକଟରେ ତଦନ୍ତ ଦାବି କରିଛନ୍ତି। MPX NEWS ODIA