ପୁରୀ: ପୁରୀ ନରେନ୍ଦ୍ର ପୋଖରୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ସ୍ମୃତିରଞ୍ଜନ ସାହୁ। ତାଙ୍କ ଘର ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ। ସ୍ମୃତିରଞ୍ଜନ ବରି କଲେଜରେ ପଢ଼ୁଥିଲେ।ସ୍କୃତିରଞ୍ଜନ ସ୍ନାନ ଯାତ୍ରା ଦେଖିବା ପାଇଁ ପୁରୀ ଆସିଥିଲେ। ଆଜି ସେ ନରେନ୍ଦ୍ର ପୋଖରୀରେ ଗାଧୋଉଥିଲା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା। ସେ ନରେନ୍ଦ୍ର ପୋଖରୀରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସ୍କୃତିରଞ୍ଜନଙ୍କୁ ଉଦ୍ଧାର ପୁରୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା।