ରାୟଗଡ଼ା: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଝିଗିଡ଼ି ପଞ୍ଚାୟତର ଉର୍ଲାଯୋଡି ଗାଁରେ ଦୁଃଖ . ଚାଲିଥିଲା ରଜ ମଉଜ, ମାରିଦେଲା ବିଜୁଳି ୬ ଯୁବତୀ ଆହତ, ୨ ଗୁରୁତର ।
ସୂଚନା ମୁତାବକ, ଗାଁର କିଶୋରୀମାନ ଏକାଠି ହୋଇ ଦୋଳି ଖେଳୁଥିଲେ। ଏହି ସମୟରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ଜୋର ଦଲକା ପବନ ସାଙ୍ଗକୁ ବଜ୍ରପାତ ହୋଇଥିଲା। ସମସ୍ତେ ସ୍ଥାନ ଛାଡ଼ି ଚାଲିଯିବା ପୂର୍ବରୁ ବଜ୍ରପାତରେ ୬ ଯୁବତୀ ଚେତାଶୂନ୍ୟ ହୋଇ ମାଟି କାମୁଡ଼ି ପଡ଼ିଥିଲେ।
ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବିଷମକଟକ ଖ୍ରୀଷ୍ଟିୟାନ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।