୧-ତୃତୀୟ ଟି-ଟ୍ବେଣ୍ଟିକୁ ୪୮ରନରେ ଜିତିଲା ଭାରତ। ଦକ୍ଷିଣ ଆଫ୍ରିକାକୁ ୧୮୦ରନ୍ର ଟାର୍ଗେଟ ଦେଇଥିଲା ଭାରତ। ୧୯.୧ ଓଭରରେ ଦକ୍ଷିଣ ଆଫ୍ରିକା ୧୩୧ ରନ୍ରେ ଅଲଆଉଟ।
୨-ଆଗାମୀ ଦେଢ଼ ବର୍ଷ ମଧ୍ୟରେ ମିଶନ ମୋଡ଼ରେ ସମସ୍ତ ସରକାରୀ ବିଭାଗ ଏବଂ ମନ୍ତ୍ରଣାଳୟ ଗୁଡ଼ିକରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।
୩-ମନେ ରହିବ ‘ଅପରେସନ ରାହୁଲ’: ୫ ଦିନ ବୋରୱେଲରେ ଜୀବନ ସହ ସଂଘର୍ଷ କରୁଥିଲା ୧୦ ବର୍ଷିୟ ବାଳକ ।ଦୀର୍ଘ ୫ଦିନ ଓ ୧୦୫ ଘଣ୍ଟାର ସଂଘର୍ଷ ପରେ ଶେଷରେ ରାହୁଲକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା ଟିମ
୪-ଯଦି କୌଣସି ମହିଳା ଓ ପୁରୁଷ ‘ଲିଭ୍ ଇନ୍ ରିଲେସନ୍’ ଅଥବା ବିବାହ ନକରି ଏକାଠି ଦୀର୍ଘ ବର୍ଷ ପର୍ଯ୍ୟନ୍ତ ରୁହନ୍ତି, ତେବେ ସେହି ସମ୍ପର୍କ ବିବାହ ସହ ସମାନ ହେବ ବୋଲି ସୁପ୍ରିକୋର୍ଟ ରାୟ ଶୁଣାଇଛନ୍ତି
୫-ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ନାତି ଜୁନ ୧୭ ରେ ମୁମ୍ବାଇରେ ନୂପୁର ଶର୍ମା, ମହମ୍ମଦଙ୍କ ବାବଦରେ ଦେଇଥିବା ବିବାଦୀୟ ମନ୍ତବ୍ୟ ବିରୋଧରେ ଏକ ବିଶାଳ ଆନ୍ଦୋଳନ ଘୋଷଣା କରିଛନ୍ତି ।
୫-ସେନାରେ ଅସ୍ଥାୟୀ ନିଯୁକ୍ତି ପାଇଁ ଅଗ୍ନୀପଥ ଯୋଜନାର ଶୁଭାରମ୍ଭ: ୪ ବର୍ଷ ଦେଶ ପାଇଁ ଲଢିବେ ଯୁବପିଢି।
୬-ଜମା, ଋଣ ସୁଧ ହାର ବଢ଼ାଇଲା ଷ୍ଟେଟ ବ୍ୟାଙ୍କ ।
୭-୨ଟି ବୁଲେଟ ପ୍ରୁଫ ଗାଡ଼ି ଓ ୫୦ଜଣ ପୁଲିସକର୍ମୀ; କଡ଼ା ସୁରକ୍ଷା ମଧ୍ୟରେ ପଞ୍ଜାବ ଯିବ ଗ୍ୟାଙ୍ଗଷ୍ଟର ଲରେନ୍ସ ।
୮-ରାହୁଲ କହିଲେ ମୋତେ ଆଜି ସବୁ କିଛି ପଚାରି ଦିଅ, ଇଡି ଅଧିକାରୀଙ୍କ ଜବାବ- ବୁଧବାର ବି ଆସିବାକୁ ପଡିବ ।
୮-୮୦ ଫୁଟ ଗଭୀର ବୋରୱେଲରେ ବାଳକ ଖସିପଡ଼ିବା ଘଟଣା: ଉଦ୍ଧାରକାରୀଙ୍କୁ ପାଖରେ ଦେଖି ଚିତ୍କାର କଲା ରାହୁଲ ।
୯-ନୀଳଗିରି ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୁର୍ଣ୍ଣିମା ଅନୁଷ୍ଠିତ; ଗଜାନନ ବେଶରେ ଦର୍ଶନ ଦେଲେ ତିନି ଠାକୁର ।
୧୦-ସରିଲା ମହାସ୍ନାନ, ଏବେ ଅଣସର ଘରେ ଶ୍ରୀଜିଉ, ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ ।
୧୧-ମୁଁ ଆଇପିଏଲ ତିଆରି କଲି, ମୋ ନାମକୁ ବ୍ୟାନ କରି ଦେଲେ, ମିଡିଆ ରାଇଟ୍ସ ନିଲାମକୁ ନେଇ ଏମିତି କହିଲେ ଲଳିତ ମୋଦୀ ।
୧୨-ସାରାରାଜ୍ୟରେ ପହିଲି ରଜର ଧୁମ। ଦୁଇ ବର୍ଷ ପରେ ରଜର ମଜା ଉଠାଇଲେ ଲୋକେ।
୧୩-ରାଷ୍ଟ୍ରପତି ଦୌଡ଼ରେ ନାହାନ୍ତି ଶରଦ ପାୱାର: ଏନସିପି ।
୧୪-ଆରମ୍ଭ ହେଲା ଭାରତୀୟ ସେନାର ନୂଆ ନିୟୁକ୍ତି ‘ଅଗ୍ନିପଥ।
୧୫-ରାଜନୈତିକ ପ୍ରସଙ୍ଗ ଆଡ଼କୁ ମୁହଁାଉଛି କୋଟିଆ: ଓଡ଼ିଶା ସରକାରଙ୍କୁ ସମାଲୋଚନା କଲେ ଆନ୍ଧ୍ରର ୩ ସିପିଏମ୍ ନେତା
ଶୁଭ ସକାଳ,ସୁପ୍ରଭାତ