ବାଲେଶ୍ୱର ଜିଲ୍ଲା ସୋର ପାଟଣାସାହି ଗାଁରେ କୁଆଁରୀମାନେ ରଜ ପାଇଁ ସଜବାଜ ହେଉଛନ୍ତି…କୁମାରୀମାନେ ପରସ୍ପରକୁ ଅଳତା, କୁଂକୁମ, ମେହେନ୍ଦୀ ଲଗାଇ ଦେବା ସହ ଦୋଳି ଖେଳିବା ରେ ଲାଗିପଡିଛନ୍ତି ।ପହିଲି ରଜ ରୁ ହିଁ ଗାଁରେ ତାସ୍, ଲୁଡୁ ଏବଂ ଚେସ୍ ଖେଳର ଆସର ଜମିଲାଣି…ଏହି ଗାଁ ରେ ରଜ ପର୍ବ କୁ ଗ୍ରାମ ବାସୀ ମାନେ ଖୁବ ଧୁମ ଧାମ ରେ ପାଳନ କରିଥାନ୍ତି… ଗାଁ ର ଗୋଟିଏ ସ୍ଥାନ ସମସ୍ତ ଗ୍ରାମ ବାସୀ ଏକଜୁଟ ହୋଇ ଲଡ଼ୁ, ତାସ, ମ୍ୟୁଜିକ ଚେୟାର, ନୃତ୍ୟ,କବାଡି ପ୍ରତିଯୋଗିତା କରିଥାନ୍ତି.. ଶେଷ ରଜରେ ଏହି ଖେଳ ରେ ବିଜେତା ଙ୍କୁ ପୁରସ୍କାର ଦିଆଯାଇଥାଏ… ଏହି ଗାଁ ରେ ରଜ ପର୍ବ କୁ ଖୁବ ଆନନ୍ଦ ଉଲ୍ଲାସ ରେ ଗ୍ରାମ ବାସୀ ପାଳନ କରନ୍ତି…ଏଥର କରୋନା କଟକଣା ନ ଥିବାରୁ ବହୁତ ଖୁସି ରେ ପର୍ବ କୁ ପାଳନ କରିବେ ବୋଲି କହିଛନ୍ତି ଗ୍ରାମ ବାସୀ…
ରଜ ଓଡ଼ିଶାର ଗଣପର୍ବ ହେବା ସହ ଏହା ରାଜ୍ୟର ଏକ ପାରମ୍ପରିକ ପର୍ବ । ତେଣୁ ଏହାକୁ ଚାରିଦିନ ଧରି ପାଳନ କରାଯାଇଥାଏ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିନ ବସୁମତୀ ସ୍ନାନ ଭାବେ ପାଳନ କରାଯାଏ ।ତେବେ କରୋନାକୁ ନେଇ ଗତ ବର୍ଷ ରଜ ପର୍ବ ପାଳନ ଉପରେ କଟକଣା ଲଗାଇଥିଲା । ଗଣ ପର୍ବ ରଜ ସମୟରେ ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଥିଲା । ରଜ ଦୋଳି, ମେଳା, ମହୋତ୍ସବ ଏବଂ ପାରମ୍ପରିକ ଖେଳ ଆଦି ବେଳେ ଲୋକେ ବହୁତ ମାତ୍ରାରେ ଏକାଠି ହେବାର ସମ୍ଭାବନା ଥିବାରୁ ଏହା ଉପରେ ରୋକ ଲଗାଯାଇଥିଲା । ହେଲେ ଚଳିତ ବର୍ଷ କଟକଣା କୋହଳ ହେବାରୁ ଧୂମ୍ଧାମ୍ରେ ରଜ ପାଳନ କରାଯିବ ବୋଲି ଲୋକେ ଆଶା ରଖିଛନ୍ତି..mpx news odisha