୧-୪୪,୦୭୫ କୋଟି ଟଙ୍କାରେ ନିଲାମ ହେଲା ଆଇପିଏଲ୍ ମିଡିଆ ରାଇଟ୍ସ ।
୨-ବିଧାନସଭା ବାଜସ୍ପତି ଭାବେ ବିକ୍ରମ କେଶରୀ ଆରୁଖ ନିର୍ବାଚିତ ହୋଇଛନ୍ତି । ସ୍ୱତନ୍ତ୍ର ଅଧିବେଶନରେ ନିଦ୍ୱର୍ନ୍ଦରେ ବିକ୍ରମ କେଶରୀ ଆରୁଖ ନିର୍ବାଚିତ ହୋଇଛନ୍ତି ।
୩-ପଶ୍ଚିମବଙ୍ଗରେ ଏବେ ବିଶ୍ୱ ବିଦ୍ୟାଳୟର କୁଳାଧିପତି ହେବେ ମମତା ବାନାର୍ଜୀ, ବିଧାନସଭାରେ ବିଧେୟକ ଗୃହୀତ ।
୪-ରାଷ୍ଟ୍ରପତି ପଦ ଦୌଡ଼ରେ ଶରଦ ପାୱାର ! ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ ହେବା ନେଇ ଜୋର ଧରିଲା ଚର୍ଚ୍ଚା ।
୫-ବାଲିଯାତ୍ରାକୁ ମିଳିଲା ଗ୍ରୀନ୍ ସିଗନାଲ । ଏଥର କଟକରେ ଜମିବ ବାଲିଯାତ୍ରା ।
୬-ଅନଲାଇନ ଜୁଆ ଖେଳର ପ୍ରଚାର କରୁଥିବା ବିଜ୍ଞାପନ ବନ୍ଦ କରିବାକୁ ସୂଚନା ପ୍ରସାରଣ ମନ୍ତ୍ରାଳୟର ପରାମର୍ଶ ।
୭-ଏସିଆର ସବୁଠାରୁ ଲମ୍ବା ଦାନ୍ତ ଥିବା ହାତୀ ଭୋଗେଶ୍ବରର ୬୦ବର୍ଷ ବୟସରେ ମୃତ୍ୟୁ ।
୮-ପ୍ରଫେଟ୍ ମହମ୍ମଦଙ୍କ ଉପରେ ଟିପ୍ପଣୀ ଆମ ପାଇଁ ବଡ ପ୍ରସଙ୍ଗ ନୁହେଁ, ଏହା ଭାରତର ଆଭ୍ୟନ୍ତରୀଣ ମାମଲା: ବାଂଲାଦେଶ ।
୯-Microsoft Internet Explorer: ୨୭ ବର୍ଷ ପୁରୁଣା ବ୍ରାଉଜର ହେବ ବନ୍ଦ ଜୁନ୍ ୧୫ ରୁ , ଲୋକଙ୍କ ରହିଛି ନିଆର ଅନୁଭୂତି ।
୧୦-ସୋମବାର ଅପରାହ୍ଣରେ ସହିଦନଗର ଥାନା ନିକଟରେ ଥିବା ଏକ ହୋଟେଲ୍ ଜଳିଯାଇଛି। ଦୀର୍ଘ ଦିନ ଧରି ହୋଟେଲ ବନ୍ଦ ଥିବାରୁ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। କିନ୍ତୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବପତ୍ର ପାଉଁଶ ହୋଇଯାଇଛି।
୧୧-ଡଲାର ମୂଲ୍ୟ ପ୍ରଥମ ଥର ୭୮ ଟଙ୍କା ଟପିଲା ।
୧୨-ଶ୍ରୀକ୍ଷେତ୍ରରେ ଆଜି ସ୍ନାନଯାତ୍ରା : ହାତୀ ବେଶ ହେବେ ଦାରୁବ୍ରହ୍ମ ।
୧୩-ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଇମାମୀ-କିସ୍ ଆବାସିକ ବିଦ୍ୟାଳୟ ଲୋକାର୍ପିତ: ନିଃଶୁଳ୍କ ଶିକ୍ଷାଲାଭ କରିବେ ୧୨ଶହ ଗରିବ ଛାତ୍ରଛାତ୍ରୀ
୧୪-ତୃତୀୟ ଟ୍ବେଣ୍ଟି-୨୦ ଆଜି: କର ବା ମର ସ୍ଥିତିରେ ଭାରତ।
୧୫-ବାରବାଟୀ ଷ୍ଟାଡିୟମରରେ ୨୦୨୩ ବିଶ୍ବକପ୍ ମ୍ୟାଚ୍ ଦାବି କଲା ଓସିଏ ।
୧୬-ରାହୁଲଙ୍କୁ ପାଖାପାଖି ୮ ଘଣ୍ଟା ଜେରା କଲା ଇଡି, ପୁଣି ମଙ୍ଗଳବାର ହାଜର ହେବାକୁ କହିଲା ଏଜେନ୍ସି।
୧୭-କାଶ୍ମୀରରେ ହତ୍ୟା କରାଯାଇଥିବା ହିନ୍ଦୁମାନଙ୍କ ଶ୍ରାଦ୍ଧ କରିବେ ଅନୁପମ୍ ଖେର୍; ଜୁନ୍ ୧୫ରେ କାଶୀରେ ହେବ ଆୟୋଜନ।
୧୮-ଦିନିକିଆରେ ଭାରତକୁ ପଛରେ ପକାଇଲା ପାକିସ୍ତାନ, ଚାରି ମାସରେ ମ୍ୟାଚ୍ ନଖେଳିବାର ପରିଣାମ ଭୋଗୁଛି ଟିମ୍ ଇଣ୍ଡିଆ ।
ଶୁଭ ସକାଳ,ସୁପ୍ରଭାତ