ଦମ୍ପତି ଙ୍କର ଆତ୍ମହତ୍ୟା ଉଦ୍ୟମ; ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ବାଲେଶ୍ଵର ; ପାରିବାରିକ କଳହ ରୁ କରୁଣ ପରିଣତି । ଦମ୍ପତି ଙ୍କର ଆତ୍ମହତ୍ୟା ଉଦ୍ୟମ ।ସ୍ତ୍ରୀ ଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ଭଦ୍ରକ ମେଡ଼ିକାଲ ରେ ଭର୍ତ୍ତି ।ବାଲେଶ୍ଵର ଜିଲ୍ଲା ରଇଁତରା ଗ୍ରାମରେ ବାବୁଲି ଜେନା ଙ୍କର ପୁତ୍ର କୈଳାସ ଜେନା ଏକ ମାସ ତଳେ ସୋର ଅଞ୍ଚଳ ର ସତ୍ୟାନନ୍ଦ ଜେନା ଙ୍କର ଝିଅ ପୂଜା ଜେନା ସହିତ ବିଭାଗର ହୋଇଥିଲା ।ବିବାଘର ଠାରୁ ଏକ ମାସ ପରେ ନବ ଦମ୍ପତି ମଧ୍ୟରେ କୋୖଣସି କାରଣ କୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥାଏ ।

ବାପ ଘରଲୋକ ଖବର ପରେ ଏଥର ରଜ ରେ ସମାଧାନ କରିବା ନେଇ ବାପ ଘର ଲୋକ ଝିଅକୁ କଥା ଦେଇଥିଲେ ।ହେଲେ ରଜ ଦୁଇ ଦିନ ପୂର୍ବରୁ ଆଜି ପୂଜା ବେକରେ ଶାଡୀ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଶ୍ଵାମି ପାଖରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର କୁ ଧରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।ଘଟଣା ସ୍ଥଳରେ ସ୍ତ୍ରୀ ପୂଜା ଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ଭଦ୍ରକ ମେଡ଼ିକାଲ ରେ ଭର୍ତ୍ତି ହୋଇଛନ୍ତି ।ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।  mpx news odisha

Share this…
Share on Facebook

Facebook