୧-କଟକରେ ଦେଖିବାକୁ ମିଳିଲା ‘ଭୁବନେଶ୍ୱର’ଙ୍କ କମାଲ । ୪ ଓଭରରେ କେବଳ ୧୩ ରନ୍, ୪ ୱିକେଟ୍ । ତଥାପି ହାରିଲା ଟିମ୍ ଇଣ୍ଡିଆ ।
୨-ବଦଳିଲାନି ଭାରତର ଭାଗ୍ୟ, ୪ ୱିକେଟରେ ଜିତିଲା ଦ. ଆଫ୍ରିକା ।
୩-ବିସ୍କୁଟ୍ କିଣିବା ପାଇଁ ୫ଟଙ୍କା ମାଗିବାରୁ ଜଣେ ୮-୯ବର୍ଷର ନାବାଳିକାକୁ ସାବତମା’ ଗରମ ଚେଙ୍କ ଦେଇଛନ୍ତି। ରୋଷେଇ କରୁଥିବା ଗରମ ପିଠାପାତିଆରେ ଝିଅର ଦୁଇ ଗାଲ, ପିଠି, ବେକ, ପିଠି ଓ ହାତକୁ ଚେଙ୍କି ଦେଇଛନ୍ତି।
୪–ପୈଗମ୍ୱର ବିବାଦ : ସଂଖ୍ୟା ଲଘୁ ସଙ୍ଗଠନର ବୟାନ୍- ‘ବିବାଦୀୟ ବୟାନ ପାଇଁ ନୂପୁର ଶର୍ମାଙ୍କୁ କ୍ଷମା କରିବା ଆବଶ୍ୟକ’
୫-ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳ ସହ ଆଲୋଚନା କରିବାକୁ ନଡ୍ଡା ଓ ରାଜନାଥଙ୍କୁ ଦାୟିତ୍ୱ ଦେଲା ବିଜେପି
୬-ଇଡି ସାମ୍ନାରେ ସୋମବାର ହାଜର ହେବେ ରାହୁଲ ଗାନ୍ଧୀ, ଦେଶବ୍ୟାପୀ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ
୭-ଆମାଜନ୍ରେ ଉପଲବ୍ଧ ହେଲା ‘ଟ୍ରାଏ’ କରି ଜୋତା କିଣିବାର ସୁବିଧା; ପାଦରେ ପିନ୍ଧିବା ପରେ କରିହେବ ଅନ୍ଲାଇନ୍ ବରାଦ
୮-ଦେଶର ସର୍ବୋତ୍ତମ ସମ୍ବଲପୁରର କୁଚିଣ୍ଡା ଲଙ୍କା । ଲଙ୍କାର ମାନ ଉନ୍ନତ ନେଇ ଦୁଇଟି ଲ୍ୟାବରୁ ଆସିଲା ରିପୋର୍ଟ । ଜିଆଇ ଟ୍ୟାଗ ପାଇବା ନେଇ ଫିଟିଲା ବାଟ
୯-ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ମେଳି ପ୍ରୟାସ :ଜୁନ୍ ୧୫ରେ ୮ ଅଣବିଜେପି ଶାସିତ ସିଏମଙ୍କ ସହ ୨୨ ନେତାଙ୍କ ବୈଠକ
୧୦-ନବୀନଙ୍କ ବିଦେଶ ଟୁରକୁ ନେଇ ଟ୍ୱିଟରରେ କଳି । ବିଧାନସଭା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲେ ରାଜ୍ୟ ବିଜେପି ସଭାପତି ।
୧୧-ବରପାଲିର ଅସୁରଗଡରୁ ମିିଳିଲା ୨ ହଜାର ବର୍ଷ ତଳର ପ୍ରାଚୀନ ସଭ୍ୟତାର ସନ୍ଧାନ। ମାଟିତଳୁ ମିଳୁଛି ମୁଦ୍ରା, ମାଳି ଓ ମାଟିପାତ୍ର।
୧୨-ମଙ୍ଗଳବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା : ୭ ଲକ୍ଷରୁ ଅଧିକ ଭକ୍ତଙ୍କ ଭିଡ଼ ହୋଇପାରେ ବୋଲି ଆକଳନ ।
୧୩-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି।
୧୪-ଜଣେ କି ଦୁଇ ଜଣ ନୁହେଁ ଜିଲ୍ଲାପାଳଙ୍କ ଗାଈ ସେବାରେ ଲାଗିଛନ୍ତି ୭ ଜଣ ଡାକ୍ତର । ଉତ୍ତରପ୍ରେଦଶ ଫତେହପୁର ଜିଲ୍ଲାରେ ଜିଲ୍ଲାପାଳ ଅପୂର୍ବ ଦୁବେଙ୍କ ଗାଈ ଅସୁସ୍ଥ ହୋଇପଡିଛି
୧୫-ଡବ୍ଲୁଟିଓ ଡିଜିଙ୍କୁ ଭେଟିଲେ ଗୋୟଲ, ଏକତ୍ରିତ ହେବାକୁ ଜି-୩୩କୁ ଭାରତର ଆହ୍ବାନ ।
୧୬-ଟ୍ରେନ୍ରେ ୨.୩୩ ଲକ୍ଷ କାର୍ ପଠାଇଲା ମାରୁତି, ୧୭୪ ନିୟୁତ ଲିଟର ତେଲ ସଞ୍ଚୟ।
୧୭-କୋଟିଆରେ ପୁଣି ଆନ୍ଧ୍ରର ଦାଦାଗିରି : ହଟିଲା ଓଡ଼ିଆ ଫଳକ, ନବୀନଙ୍କ ସ୍ଥାନରେ ଜଗନଙ୍କ ପୋଷ୍ଟର ।
୧୮-ବେକାରି ବୃଦ୍ଧି ରାଜନେତାଙ୍କୁ ସୁହାଇବ; ଧର୍ମ ନାମରେ ବିଭାଜନ ଉଦ୍ୟମ କରିବେ: ରାଜନ ।
୧୯-ପଶ୍ଚିମବଙ୍ଗ ମେଳାରେ ଅଘଟଣ: ପ୍ରବଳ ଭିଡ଼ ଓ ଗରମରେ ୫ ମୃତ, ୫୦ରୁ ଅଧିକ ଅସୁସ୍ଥ, ୧୦ ସଙ୍କଟାପନ୍ନ ।
୨୦-ଇରାନ ଦେଇ ରୁଷ୍ ସାମଗ୍ରୀ ଭାରତ ଆସିବ, ନୂଆ ପଥରେ ପରୀକ୍ଷଣ ଆରମ୍ଭ ।
୨୧-ପଶ୍ଚିମବଙ୍ଗରେ ଥମୁନାହିଁ ହିଂସା: ରେଳଷ୍ଟେସନରେ ଆକ୍ରମଣ କରି ଟ୍ରେନରେ ଭଙ୍ଗାରୁଜା କଲେ ଉପଦ୍ରବକାରୀ ।
ଶୁଭ ସକାଳ,ସୁପ୍ରଭାତ