ଅଧରାତିରେ ବାଇକ ପୋଡ଼ି ଦେଲେ ଦୁର୍ବୃତ

ଭଞ୍ଜନଗର : ଗାଙ୍ଗପୁର ଥାନା ନେଟେଙ୍ଗା ଗାଁରେ ଅଘଟଣ । ଅଧରାତିରେ ବାଇକ ପୋଡ଼ି ଦେଲେ ଦୁର୍ବୃତ । ରିପୋର୍ଟ ଅନୁଯାୟୀ ଗାଁର ବୁଲୁ ଲେଙ୍କା ସବୁ ଦିନ ପରି ଘର ସମ୍ମୁଖରେ ବାଇକ ରଖି ଶୋଇଥିଲେ । ମାତ୍ର ବିଳମ୍ବିତ ରାତିରେ କିଛି ଦୁର୍ବୃତ ବାଇକଟିକୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି ।

ଏହା ସହ ବାଇକ ନିକଟରେ ଥିବା ଅନ୍ୟ ଜଣଙ୍କର ବାଇକ ସାମାନ୍ୟ ପୋଡ଼ି ଯାଇଛି । ଖବରପାଇଁ ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜୋରଦାର କରିଛି । ପୂର୍ବ ଶତ୍ରୁତା କିମ୍ବା ରାଜନୈତିକ ଆକ୍ରୋଶ ରଖି କେହି ଦୁର୍ବୃତ ଏଭଳି ପୋଡ଼ାଜଳା କରିଥିବା ପୋଲିସ ସନ୍ଦେହ କରୁଛି ।MPX NEWS ODISHA .

 

Share this…
Share on Facebook

Facebook