ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ସମ୍ମିଳନୀ ଅନୁଷ୍ଠିତ

ସୋର; ଅନୁଦାନ ଦାବିରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ । ଆଜି ବାଲେଶ୍ୱର ସୋର ଉପେନ୍ଦ୍ର ନାଥ ମହାବିଦ୍ୟାଳୟ ପରିସରରେ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।

ତେବେ ରାଜ୍ୟ ସରକାର ୨୦୦୮ ମସିହା ପରବର୍ତୀ ଅଧ୍ୟାପକ ଓ କର୍ମଚାରୀ ସଂଘକୁ ଅନୁଦାନ ପାଇଁ ପ୍ରତିଶୃତି ଦେଉଥିଲେ ମଧ୍ୟ କାର୍ଯ୍ୟକାରୀ କରୁ ନାହିଁନ୍ତି । ସଂଘ ପକ୍ଷରୁ ସରକାରଙ୍କୁ ବାରମ୍ବାର ଅଭିଯୋଗ , ଗୁହାରୀ ଆନ୍ଦୋଳନ ଓ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ସରକାର କୌଣସି କର୍ଣ୍ଣପାତ କରୁ ନାହିଁନ୍ତି ।

ଯାହାକୁ ନେଇ ଆଗାମୀ ଦିନରେ ସରକାର ସଂଘର ନାର୍ଯ୍ୟ ଦାବି କାର୍ଯ୍ୟକାରୀ ନକରନ୍ତି ତେବେ ଆନ୍ଦୋଳନକୁ ଜୋରଦାର କରିବାକୁ ରାଜ୍ୟ ସଭାପତି ବିଶ୍ୱରଂଜନ ଦାସ ଅଧ୍ୟାପକ ମାନଙ୍କୁ ଆହ୍ୱାନ ଦେଇଛନ୍ତି ।

Share this…
Share on Facebook

Facebook