ମୌଳିକ ସମସ୍ୟା ଘେରରେ ମହୁଲପଡା ଆଦିବାସୀ ବସ୍ତି

ଦିଗପହଣ୍ଡି ; ଗରୀବ ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ଠାରୁ କେନ୍ଦ୍ର ମାଧ୍ୟରେ ଚାଲିଛି ପ୍ରତିଯୋଗୀତା । କିଏ କେତେ ମାଇାଲେଜ ନେବ ଚାଲିଛି ଦିଲ୍ଲୀରୁ ପଲ୍ଲୀ ବିଜ୍ଞାପନରେ ବିକାଶ ବାର୍ତା । କିନ୍ତୁ ବାସ୍ତବ ଚିତ୍ର କୁ ଟିକେ ଦେଖନ୍ତୁ-ଏ ଚିତ୍ର ପୂର୍ବତନ ବାଚସ୍ପତିଙ୍କ ନିର୍ବାଚନ ମଡ଼ଳୀ , ବଡ଼ଡ଼ୁମୁଳା ମହୁଲପଡ଼ା ଗାଁରୁ ଆସିଛି । ଗାଁରେ ୪୦ ପରିବାରର ଶତାଧିକ ଲୋକ ରହିଥିବା ବେଳେ ସରକାରୀ ଯୋଜନା କି ମୌଳିକ ସୁବିଧା ସାତ ସପନ । ଏଠି ମୁଣଡ଼ ଗୁଞ୍ଜିବାକୁ ନାହିଁ ଆବାସ, ନାହିଁ ରାସନ କାର୍ଡ଼, ନାଁ ଅଛି ମଧୁବାବୁ ପେନସନ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ କଥା ଛାଡ଼ନ୍ତୁ । ସବୁ ଏଠି ନାହିଁ ନାହିଁ ରେ ଚାଲେ । ନେତା ବଦୁଳୁଛନ୍ତି କିନ୍ତୁ ନୀତି ବଦଳୁନି । ନେତା ଭୋଟ ପାଇଁ ପ୍ରତିଶୃତିର ବାଣ ମାରି ଚାଲନ୍ତି କିନ୍ତୁ ଭୋଟ ନେଲା ପରେ ଆଉ ଆମ ନେତାଙ୍କ ଦର୍ଶନ ମିଳେ ନି ।

ଖାଲି ଏତିକିରେ ଅଟକି ନି ଗାଁର ସମସ୍ୟା । ପାଣି ଟୋପୋ ପାଇଁ ଗ୍ରାମବାସୀ ହିନସ୍ତାର ଦୃଶ୍ୟ ଆସିଥିବା ବେଳେ ସରକାରଙ୍କ ବିଜୁ ଜ୍ୟୋତି ଯୋଜନା କେଉଁ ଆଡ଼େ ଉଭାନ ହୋଇଛି । ଗାଁର ସମସ୍ୟା କାହି କେଉଁ କାଳର । ଗାଁର ଚିତ୍ର ୭୦ ଦଶକରେ ଯାହା ଥିଲା ଏବେ ଚିତ୍ର ଆଉ ଟିକେ ବିଗିଡ଼ି ଯାଇଛି । ଆଦିବାସୀ ସରପଂଚଙ୍କ ଠାରୁ ଜିଲ୍ଲାପ୍ରଶାସନ, ସ୍ଥାନୀୟ ବିଧାୟକଙ୍କ ନିକଟରେ ଅଭିଯୋଗ ଗୁହାରୀ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନି । ଖାଲି ପ୍ରତିଶୃତିରେ ଅଟକିଛି ଗାଁରେ ବିକାଶ । ଗାଁର ସମସ୍ୟାକୁ ନେଇ ସ୍ଥାନୀୟ ସରପଂଚଙ୍କୁ ଆମ ପ୍ରନିତିଧି ଜଣାଇଥିଲେ ମଧ୍ୟ ସରପଂଚଙ୍କୁ ଗାଁର ସମସ୍ୟା ଅଗୋଚର । ନୂଆ କୁ ନିର୍ବାଚିତ ହୋଇଛି କହି ବାହାନା କରି ନିଜ ମୁଡ଼ରୁ ଦୋଷ ଓଲ୍ଲାଇ ଦେଇଛନ୍ତି । ତେବେ ଖୁବ୍ ଶିଘ୍ର ସରପଂଚ ବିଡ଼ିଓଙ୍କ ସହ ଆଲୋଚନା କରି ଗାଁର ସମସ୍ୟା ଦ୍ୱର କରିବାକୁ ଦେଇଛନ୍ତି ପ୍ରତିଶୃତି ।
ବାଇଟ- ଶେଷ କାନ୍ତ ଯାନୀ, ସରପଂଚ ପ୍ରତିନିଧି

ଯଦି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ରାଜନେତା ଖୁବ ଶିଘ୍ର ଗାଁର ସମସ୍ୟା ଦ୍ୱର ନକରନ୍ତି ତେବେ ଗ୍ରାମବାସୀ ଆଗାମୀ ଦିନରେ ରାଜରାସ୍ତାରେ ପ୍ରଶାସନ ବିରୋଧରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ବ୍ୟୁରୋ ରିପୋର୍ଟ

 

Share this…
Share on Facebook

Facebook