ଉଗ୍ର ହେଲା ଜମିବାଡ଼ି ବିବାଦ ।

ଚାନ୍ଦବାଲି; ଉଗ୍ର ହେଲା ଜମିବାଡ଼ି ବିବାଦ । ଦିବାଲୋକରେ ପୋଲିସକୁ ଖୋଲା ଚ୍ୟାଲେଂଜ । ସ-ପରିବାରକୁ ମାଡ଼ ମାରିଲେ, ମନ ବୁଝିଲାନି ଘରେ ତାଲା ମାରି ଅଟକ ରଖିଲେ । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଂଚି ଅଟକ ପରିବାରକୁ ଉଦ୍ଧାର କରିବା ସହ ବେଆଇନ ଭାବେ ନିର୍ମାଣ ହେଉଥିବା ଗୃହ କାର୍ଯ୍ୟକୁ ବନ୍ଦ କରିଛି । ତେବେ ଏପରି ଅଭାବନୀୟ ଘଟଣା ଚାନ୍ଦବାଲି ବାଜରାପୁର ପଂଚାୟତ ବାଲିଆପାଳ ଗାଁରେ ଘଟିଥିବା ବେଳେ ଗୁଡ଼ାରାଜର ଖବର ସାରା ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।

ରିପୋର୍ଟ ଅନୁଯାୟୀ ବାଲିଆପାଳ ଗାଁର ରବିନ୍ଦ୍ର ତରାଇଙ୍କ ୫ ଡ଼ିସିମିଲି ଜାଗାରେ ତାଙ୍କ ପଡ଼ୋଶୀ ଜୋର ଜବରଦସ୍ତ ଘର କରୁଥିଲେ । ରବିନ୍ଦ୍ର ଏହାକୁ ବିରୋଧ କରିବାରୁ ଗାଁର ୭ଜଣ ଅଭିଯୁକ୍ତ ରବିନ୍ଦ୍ରଙ୍କ ପରିବାରକୁ ମାଡ଼ ମାରିବା ସହ ପୁରା ପରିବାରକୁ ଅଟକ ରଖିଥିଲେ । ତେବେ ରବିନ୍ଦ୍ରଙ୍କ ପରିବାର ଘଂଟେଶ୍ୱର ଫାଡ଼ିରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପରିବର୍ତେ ଟାଳଟୁଳ ନୀତି ଅବଲୋମ୍ବନ କରୁଥିବା ଅଭିଯୋଗ ହୋଇଛି ।

Share this…
Share on Facebook

Facebook