ପୂର୍ବରୁ ପ୍ରସ୍ତୁତି ଥିଲେ, ଧାରୁଆ ଅସ୍ତ୍ରରେ ହାଣିଲେ; ୧ମୃତ,୧ଗୁରୁତର

ପୁରୁଷତମପୁର: ହସ ଖୁସିରେ ନାଚ ଦେଖି ଫେରୁଥିଲା । ଆକ୍ରମଣ ପାଇଁ ପୂର୍ବରୁ ପ୍ରସ୍ତୁତି ଥିଲା ବିରୋଧି ଗୋଷ୍ଠୀ । ସାହି ମୁହଁରେ ପୂର୍ବରୁ ପ୍ରସ୍ତୁତି ଥିବା ଗୋଷ୍ଠୀ ଧାରୁଆ ଅସ୍ତ୍ରରେ ଅତର୍କତ ଅକ୍ରମଣ କଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତି ହୋଇଛନ୍ତି । ଏ ଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ପୁରୁଷତମପୁର ବ୍ଲକ୍ ନନ୍ଦିକ ଗାଁରେ ଘଟିଥିବା ବେଳେ ଖବର ସାରା ଜିଲ୍ଲାରେ ଚଂଚଲ୍ୟ ସୃଷ୍ଟି କରିଛି ।

ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଦିନ ରାତିରେ ଯୋଗେଶ ବେହେରା ଓ ବନ୍ଧୁ ନନ୍ଦିକ ଗାଁରୁ ନାଚ ଦେଖି ଫେରୁଥିଲେ । କିନ୍ତୁ ପୂର୍ବରୁ ପ୍ରସ୍ତୁତି ଥିବା ଅନ୍ୟ ଏକ ଗୋଷ୍ଠୀ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଯୋଗେଶ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବନ୍ଧୁ ଅଜିତ ପ୍ରଣିଗାହୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲରେ ଭର୍ତି ହୋଇଛନ୍ତି ।

ପରିବାର ଲୋକ ନିର୍ବାଚନ ପରବର୍ତୀ ହିଂସାରୁ ଏପରି ହତ୍ୟା ହୋଇଥିବା ଥାନା ରେ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜୋରଦାର କରିଛି ।

ଗଞ୍ଜାମରୁ ଭଗବାନ ପାଢୀଙ୍କ ରିପୋର୍ଟ

Share this…
Share on Facebook

Facebook