ସୁବର୍ଣ୍ଣପୁର : ବିନିକା-ବରପାଲି ରାସ୍ତା ସିଂହୀଯୁବା ଛକରେ ସଡ଼କ ଦୁର୍ଘଟଣା। ବାଇକ୍ ଓ ସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସିଂଘିଯୁବା ଗାଁର ସୁଦର୍ଶନ ଭୁଏ। ଗୁରୁତର ୨ ଜଣ ବାଇକ୍ ଆରୋହୀଙ୍କୁ ବିନିକା ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୁଦର୍ଶନ କ୍ଷୀର ବିକ୍ରି କରି ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ବିନିକା- ବରପାଲି ରାସ୍ତାର ସିଂହୀଯୁବା ଛକରେ ଏକ ବାଇକ୍ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣ ବାଇକ୍ ଆରୋହୀ ମଧ୍ୟ ଗୁରୁତର ହେଇଥିଲେ।