ଆଠ ଦଫା ଦାବି ରେ ରେଳ ରୋକ ।

ବାଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନ୍ ନିକଟରେ ଆଜି ସୋର ନାଗରିକ ମଞ୍ଚ ତରଫରୁ ଆଠ ଦଫା ଦାବି ନେଇ ରେଳ ରୋକ କରାଯାଇଛି । ଲୋକାଲ ଟ୍ରେନ ଗୁଡିକର ଲୋକାଲ୍ ଭଡା, ସୋର ରେଳ ଷ୍ଟେସନ୍ ରେ ଡାଉନ୍ ଜଗନ୍ନାଥ ଏକ୍ସପ୍ରେସ୍ ଓ ଉତ୍କଳ ଏକ୍ସପ୍ରେସ୍ ରହଣି, ସାଲିମାର ଚେନାଇ ଏବଂ ଭଗଲପୁର ଜସୱନ୍ତପୁର ସାପ୍ତାହିକ ଏକ୍ସପ୍ରେସ୍ ରହଣି, ନନ୍ଦନକାନନ ଏକ୍ସପ୍ରେସ୍ ର ରହଣି । ବୁକିଂ କାଉଣ୍ଟର ନିକଟରେ ସିସି ଟିଭି କ୍ୟାମେରା ଲଗାଇବା, ପ୍ଲାଟ୍ଫର୍ମ ରେ କୋଚ୍ ଇଣ୍ଡିକେଟର ଲଗାଇବା ।
ପ୍ଲାଟ୍ଫର୍ମ ନଂ ୨ ଓ ୩ ରେ ୱାଲ କ୍ଲକ୍ ଲଗାଇବା ଏବଂ ଆଉ ଗୋଟିଏ ଫୁଟ ଓଭର୍ ବ୍ରିଜ୍ ତିଆରି ଦାବି ରଖି ସୋର ରେ ରେଳ ରୋକ କରିଛି ନାଗରିକ ମଞ୍ଚ ।ଦାବି କରିଥିଲେ ମଧ୍ୟ ନ ଶୁଣି ବା ପରି ବେବହାର ପାଇଁ ଆଜି 3ଘଣ୍ଟା ରେଳରେକ ବିଭିନ୍ନ ଷ୍ଟେସନ ଅଟକିଛି ରେଳ . mpx tv odia

Share this…
Share on Facebook

Facebook