ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ

ଭୁବନେଶ୍ୱର; ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଠନ କରିଛନ୍ତି ନୂଆ ମନ୍ତ୍ରିମଣ୍ଡଳ। ଆଜି ମୋଟ ୨୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବା ବେଳେ ୮ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଅଛନ୍ତି। ଲୋକସେବା ଭବନର କନ୍‌ଭେନ୍‌ସନ୍ ସେଣ୍ଟରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ।

ନିରଞ୍ଜନ ପୂଜାରୀ : ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ : କୃଷି ଓ କୃଷକ ସଶକ୍ତିକରଣ
ପ୍ରମିଳା ମଲ୍ଲିକ : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ
ଉଷା ଦେବୀ : ଗୃହ ଓ ନଗର ଉନ୍ନୟନ
ପ୍ରଫୁଲ୍ଲ ମଲ୍ଲିକ : ଇସ୍ପାତ, ଖଣି ଓ ପୂର୍ତ
ପ୍ରତାପ ଦେବ : ଶିଳ୍ପ, ଶକ୍ତି ଓ ଏମଏସଏମଇ
ଅତନୁ ସବ୍ୟସାଚୀ ନାୟକ : ଖାଦ୍ୟଯୋଗାଣ ଓ ସମବାୟ
ପ୍ରଦୀପ ଅମାତ : ଜଙ୍ଗଲ ଓ ପରିବେଶ, ପଂଚାୟତିରାଜ, ସୂଚନା ଓ ଲୋକସମ୍ପର୍କ
ନବକିଶୋର ଦାସ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ଅଶୋକ ଚନ୍ଦ୍ର ପଣ୍ଡା : ବିଜ୍ଞାନକାରିଗରୀ, ସାଧାରଣଉଦ୍ୟୋଗକ
ଟୁକୁନି ସାହୁ : ଜଳସମ୍ପଦ ଓ ବାଣିଜ୍ୟ ପରିବହନ
ରାଜେନ୍ଦ୍ର ଢୋଲକିଆ : ଯୋଜନା ଓ ସମନ୍ୱୟ
ଜଗନ୍ନାଥ ସାରକା : ଏସସିଏସଟି ବିକାଶ ଓ ଆଇନ
ସମୀର ରଞ୍ଜନ ଦାସ : ବିଦ୍ୟାଳୟ ଓ ଗଣଶିକ୍ଷା
ଅଶ୍ୱିନୀ ପାତ୍ର : ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ଅବକାରୀ
ପ୍ରୀତିରଞ୍ଜନ ଘଡେଇ : ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତାବିକାଶ
ଶ୍ରୀକାନ୍ତ ସାହୁ : ଶ୍ରମ ମନ୍ତ୍ରୀ
ତୁଷାରକାନ୍ତି ବେହେରା : ଆଇଟି, କ୍ରୀଡ଼ା ଓ ଯୁବ ଏବଂ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ
ରୋହିତ ପୂଜାରୀ : ଉଚ୍ଚଶିକ୍ଷା ମନ୍ତ୍ରୀ
ରୀତା ସାହୁ : ହସ୍ତତନ୍ତ ଓ ବୟନଶିଳ୍ପ
ବାସନ୍ତୀ ହେମ୍ବ୍ରମ୍‌ : ମହିଳା ଓ ମିଶନଶକ୍ତି

ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ବିଜେପୁର ବିଧାୟକ ରୀତା ସାହୁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ ନୂଆ ଚେହେରା ଭାବେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ଏମାନେ ସମସ୍ତେ ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି।

ସେହିପରି ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରଦୀପ ଅମାତଙ୍କ ଭଳି ପୁରୁଣା ଚେହେରା ନବୀନଙ୍କ ମନ୍ତ୍ରିମଣ୍ଡଳକୁ ଫେରିଛନ୍ତି। ସେମାନେ ପୂର୍ବରୁ ଭିନ୍ନ ଭିନ୍ନ ସମୟରେ ମନ୍ତ୍ରୀ ହୋଇଥିଲେ।  ଅନ୍ୟପକ୍ଷରେ ପୂର୍ବ ମନ୍ତ୍ରିମଣ୍ଡଳର ସଦସ୍ୟ ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ କୁମାର ସାହୁ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରେମାନନ୍ଦ ନାୟକ, ସୁଶାନ୍ତ ସିଂହ, ପଦ୍ମନାଭ ବେହେରା, ସୁଦାମ ମାର୍ଣ୍ଡି, ରଘୁନନ୍ଦନ ଦାସ ଓ ପଦ୍ମିନୀ ଦିଆନ ପ୍ରମୁଖ ନୂଆ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଛନ୍ତି।

Share this…
Share on Facebook

Facebook