ଯୁକ୍ତ ଦୁଇ ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ଦୁଇ ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହେଉଛି। ୨ ଟି ପର୍ଯ୍ୟାୟରେ ଖାତା ଦେଖା ହେବ।  ପ୍ରଥମ ପର୍ଯ୍ୟାୟରେ ଜୁନ ୨ ରୁ ଜୁନ ୧୨ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜୁନ ୧୩ ରୁ ଜୁନ ୨୨ ଯାଏ ଖାତା ଦେଖା ହେବ। ୬୪ଟି ମୂଲ୍ୟାୟନ କେନ୍ଦ୍ରରେ ଅଫ୍‌ଲାଇନ ଯୋଗେ ଓ ୩୭ ଟି ମୂଲ୍ୟାୟନ କେନ୍ଦ୍ରରେ ଅନ୍‌ଲାଇନ ଯୋଗେ ମୂଲ୍ୟାୟନ ହେବ।

ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଜୁନ ୨ ଆରମ୍ଭ ହୋଇ ୧୨ ତାରିଖ ତାରିଖ ପର୍ଯ୍ୟନ୍ତ ହେବ । ଏହି ସମୟରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ଖାତା ଦେଖା ଆରମ୍ଭ ହେବ । ସେଥିମଧ୍ୟରେ  ପଲଟିକାଲ ସାଇନ୍ସ, ହିଷ୍ଟ୍ରି, ଓଡ଼ିଆ, ଏଜୁକେଶନ, ଫିଜିକ୍ସ, କେମେଷ୍ଟ୍ରି, ଅର୍ଥନୀତି, ଇଂଲିଶ ଆଦି ବିଷୟ ଅନ୍ତର୍ଭୁକ୍ତ ରହିଛି। ଜୁନ ୧୩ରୁ  ୨୨ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ହେବ । ଏହାପରେ ଜୁଲାଇ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇପାରେ ।

Share this…
Share on Facebook

Facebook