ଭଂଜନଗର -ଭଞ୍ଜନଗର – ତାରସିଂ ମୁଖ୍ୟ ରାସ୍ତାର ବାରଦଣ୍ଡା ଛକ ଠାରେ ଭାରସାମ୍ୟ ହରାଇ ଏକ ବାଇକ ଗଛକୁ ପିଟି ଦେବା ଫଳରେ ବାଇକରେ ନିଆଁ ଲାଗି ଗାଙ୍ଗପୁର ଥାନା ବେଣୀପଲି ଗ୍ରାମର କାଳୁ ଚରଣ ନାୟକଙ୍କ ମୃତ ଘଟିଥିବା ବେଳେ ତାଙ୍କ ଭଣଜା ସାଗର ବେହେରା ଗୁରୁତର ଆହତ ହୋଇ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ପ୍ରକାରେ ଉଭୟ ଦଶପଲ୍ଲା ରେ ଥିବା ସଂପକୀୟ ଙ୍କ ଘରକୁ ଯାଉଥିବା ବେଳେ ବାରଦଣ୍ଡା ଛକ ନିକଟ ବୁଲାଣି ଠାରେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲେ। କୌଣସି କାରଣରୁ ହଠାତ ବାଇକରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକଙ୍କ ଚେଷ୍ଟା ସ୍ୱତେ କାଳୁ ଙ୍କୁ ଉଦ୍ଧାର କରାଯାଇ ପାରିନଥିଲା।
ଖବର ପାଇ ତାରସିଂ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ସାଗର ଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।ରିପୋର୍ଟ-ନଚିକେତା ପ୍ରଧାନ
ସ୍ଥାନ-ଭଂଜନଗର