ଭଦ୍ରକ-ଚଳିତବର୍ଷ ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ଆସନ୍ତା ଜୁନ ୪ତାରିଖରେ ମହାଆଡମ୍ବର ସହ ପାଳିତ ହେବ। ଗତ ୨ବର୍ଷ କରୋନା କଟକଣା ଯୋଗୁ ବିନାଭକ୍ତରେ ସୀମିତ ସେବାୟତଙ୍କୁ ନେଇ ବିବାହ ଉତ୍ସବ ପାଳନ କରାଯାଇଥିଲା।
ହେଲେ ଚଳିତବର୍ଷ ବିବାହ ଉତ୍ସବରେ ଭକ୍ତଙ୍କୁ ସାମିଲ ହେବାର ସୁଯୋଗ ମିଳିଥିବାରୁ ସମସ୍ତେ ଖୁସି ପ୍ରକଟ କରିଛନ୍ତି। ଏହି ଅବସରରେ ଆଜି ଠାରୁ ପୀଠରୁ ଗଡିଛି ନିମନ୍ତ୍ରଣ ରଥ, ପ୍ରଥମଦିନରେ ଯାଜପୁରର ଅଧିଷ୍ଠାତ୍ରୀ ମା ବିରଜାଙ୍କୁ ନିମନ୍ତ୍ରଣ କରାଯିବା ସହ କେନ୍ଦ୍ରାପଡାର ବଳଦେବଜୀଉ, ଭଦ୍ରକର ଭଦ୍ରକାଳୀଙ୍କୁ ନିମନ୍ତ୍ରଣ କରାଯିବ। ଏହି ରଥରେ ବିଧିବିଧାନ ଅନୁଯାୟୀ ମନ୍ଦିରର ପୂଜକ ନିମନ୍ତ୍ରଣପତ୍ର ଓ ମଙ୍ଗୁଳା ଗୁଆ ନେଇ ଯାତ୍ରା କରିଛନ୍ତି।ରିପୋର୍ଟ-ଦେବକାନ୍ତ ମହାନ୍ତି,
Place-chandabali,