ସାଇକେଲରେ ଭାରତ ଭ୍ରମଣ;ମୋଦୀଙ୍କ ଫିଟ୍ ଇଡ଼ିଆ କାର୍ଯ୍ୟକ୍ରମର ପ୍ରସାର ଏକ ମାତ୍ର ଲକ୍ଷ୍ୟ

କେନ୍ଦୁଝର: ସାଇକେଲ ଥକି ପଡ଼ୁଛି, ରବଟର ପେଡ଼ଲ ଏଠି ଛିଡ଼ି ଯାଉଛି । ଏଠି ସୂର୍ଯ୍ୟଙ୍କ ତେଜ ଯେତେ ପ୍ରଖର ହେଉଛି ଲକ୍ଷ୍ୟ ଆହୁରି ସାଣିତ ହେଉଛି । ମାତ୍ର ଲକ୍ଷ୍ୟ ନିଶାନା ଏପରି ପାଗଳ କରିଛି । ନାଁ ଲକ୍ଷ୍ୟରୁ ବିଚ୍ୟୁତ ହେଉଛି ନାଁ ଶରୀର ର ପୀଡ଼ା ମହତ ପଣିଆ ଲକ୍ଷ୍ୟକୁ ଭ୍ରଷ୍ଟ କରି ପାରୁଛି । ଅସାଧ୍ୟ ଲକ୍ଷ୍ୟକୁ ସମାଜର କଲ୍ୟାଣ ପାଇଁ ପ୍ରତି ମୁର୍ହୃତରେ କଷ୍ଟକୁ ପାଷୁରୀ ଦେଇ ସାମାଜ କଲ୍ୟାଣ ପାଇଁ ଆଗେଇ ଚାଲିଛି । ନାଁ ଥକି ପଡ଼ିଛି, ନାଁ କାହିାଁର ସମାଲୋଚନାକୁ ଖତିରି କରିଛି । ଗୋଟାଏ ଲକ୍ଷ୍ୟ ପ୍ରଧାନମନ୍ତ୍ରୀଙ୍କ ଫିଟ୍ ଇଡ଼ିଆ କାର୍ଯ୍ୟକ୍ରମର ବ୍ୟପକ ପ୍ରସାର କରିବା । ଯାହା ପାଇଁ ସାଇକେଲେରେ ସାରା ଦେଶ ଭ୍ରମଣ କରି କାର୍ଯ୍ୟକ୍ରମକୁ ସର୍ବବ୍ୟାପୀ କରିବାକୁ ଅଂଟା ଭିଡ଼ିଛନ୍ତି । ଟିକେ ଭଲ କରି ଦେଖନ୍ତୁ ଏ ଅସମ୍ଭବ ଲକ୍ଷ୍ୟକୁ ସମ୍ଭବ କରୁଥିବା ଏ ଯୁବକଙ୍କୁ । ନାଁ ରାଜୀବ କୁମାର ରାଜୱାଡ଼େ , ଘର ଛତିଶଗଡ଼ ସୁହାଗପୁର ଗାଁରେ । ଖବର ଆଗକୁ ମୋଦୀଙ୍କୁ ଭଲ ପାଇବା ଓ ବିଜେପିର ଜନହିତକର ଯୋଜନାର ପ୍ରସାର ପାଇଁ କଠିଣ ଲକ୍ଷ୍ୟକୁ କ୍ଷଣକେ ଅତିକ୍ରମ କରିବାର ଦୃଶ୍ୟ ଆସିବ ତା ପୂର୍ବରୁ ଶୁଣନ୍ତୁ କଣ କହୁଛନ୍ତି ରାଜୀବ
ମାର୍ଚ୍ଚ ୧୨ ତାରିଖରୁ ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଫିଟ୍ ଇଡ଼ିଆ କାର୍ଯ୍ୟକ୍ରମ ର ବ୍ୟପକ ପ୍ରସାର ପାଇଁ ସାଇକେଲେରେ ଭାରତ ଭ୍ରମଣ କରିଥିଲେ । ଆସନ୍ତା ୧୫ ଅଗଷ୍ଟରେ ଦୀଲ୍ଲୀରେ ଏଡି ସଚେତନତା କାର୍ଯ୍ୟକ୍ରମକୁ ଉଦ୍‌ଯାପନ କରିବା ଲକ୍ଷ୍ୟ ରଖିଛନ୍ତି । ରାଜୀବ ଙ୍କ ୬ ମାସର ଭାରତଭ୍ରମଣରରେ ୧୮ହଜାର କିଲୋମିଟର ଯାତ୍ରା କରିବାକୁ ଥିବା ବେଳେ ରାଜୀବ ମଧ୍ୟପ୍ରଦେଶ, ମହାରାଷ୍ଟ୍ର,ଗୋଆ, କର୍ଣ୍ଣାଟକ,କେରଳ,ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ
ଦେଇ ଓଡ଼ିଶା ଅତିକ୍ରମ କରୁଥିବା ବେଳେ କେନ୍ଦୁଝର ଚମ୍ପୁଆରେ ଜିଲ୍ଲା ବିଜେପି ପକ୍ଷରୁ ରାଜୀବଙ୍କୁ ବ୍ୟାପକ ସମ୍ଭର୍ଦ୍ଧନା କରା ଯାଇଥିଲା । ରାଜୀବଙ୍କ ଏପରି ମହତ କାର୍ଯ୍ୟକୁ ଜିଲ୍ଲା ବିଜେପି ନେତୃତ୍ୱମାନେ ପ୍ରଶଂସା କରିଛନ୍ତି । mpx tv odia

Share this…
Share on Facebook

Facebook