ଦୁଇ ବାଇକ ମୁହାଁ ମୁହିଁ ଧକା; 6 ଆହାତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକା ଥାନା ବାଲିସିରା ନିକଟ ସାପୁଆପଲ୍ଲୀ ଠାରେ ଆଜି ସକାଳୁ ଦୁଇ ବାଇକ ଧକା ହୋଇ 6 ଆହାତ ହୋଇଥିବା ବେଳେ ସେଥିମଧ୍ୟରୁ 3 ଜଣ ଗୁରୁତର ହୋଇଛନ୍ତି l ଆହାତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରାଯାଇଛି l

ଗୁରୁତର ମାନଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି l କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ବ୍ରହ୍ମହପୁର ଅଭିମୁଖେ ଆସୁଥିବା ବାଇକ ସହ ଆସିକା ରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ବାଇକ ସହ ଧକା ହୋଇଥିଲା l ଏଥିରେ ପ୍ରହଲ୍ଲାଦ ସାହୁ,ପ୍ରତାପ ମହାରଣା,ମିନି ବିଷୋୟୀ, କୁମାର ଦଳାଇ, ପପୁ ବିଷୋୟୀ ଓ ସୁବାଷ ସେଠୀ ଆହାତ ହୋଇଥିବା ସୂଚନା ମିଳିଛି l
ଗଞ୍ଜାମ ରୁ ଭଗବାନ ପାଢ଼ୀଙ୍କ ରିପୋଟ mpx tv

Share this…
Share on Facebook

Facebook