ବାଲେଶ୍ବର ଜିଲ୍ଲା ବରପୁର ଥାନା ଅଧୂନସୃ ଛତ୍ରପୁର ଅଂଚଳ ରେ ଅବସର ପ୍ରାପ୍ତ ସୈନିକ ଜୈନିକ ନାବାଳିକାକୁ ସପୁରି ଦେବ କହି ବାଡ଼ି କୁ ଡାକି ଅସଦ ଆଚରଣ କରିଥିବା ନେଇ ନାବାଳିକାର ମା ବରମପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ଥାନା ପକ୍ଷରୁ ଅଭିଯୁକ୍ତକୁ ଅଟକ ରଖୁ ସହିତ ୬୨/୨୦୨୨ମୂଳେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିବା ଜଣା ପଡିଛି।
ସୂଚନା ଅନୁଯାଇ ବରମପୁର ଥାନା ଛତ୍ରପୁର ଗ୍ରାମ ଜୈନିକ ମା ତାର ନାବାଳିକା କନ୍ୟା (୧୧) ବର୍ଷ ପଡୋଶୀ ରାଜକିଶୋର ବେହେରା(62)ଙ୍କ ଘରୁ କଦଳୀ ଏବଂ ସପୁରି ଆଣିବାକୁ ପଠାଇ ଥିଲେ। ନାବାଳିକା ଜଣକ ରାଜକିଶୋର ଙ୍କୁ ସପୁରି କଦଳୀ ମାଗିବାରୁ ବାଡ଼ି ରେ ଅଛି କହି ଡାକି ନେଇ ଅସଦ ଆଚରଣ କରିଥିଲେ।
ଘଟଣା ସମ୍ପର୍କରେ ନାବାଳିକା ଜଣକ ମା ପାଖରେ କହିଥିବା ପରେ ସନ୍ଧ୍ୟା ରେ ଗ୍ରାମ ରେ ଏକ ଗ୍ରାମସଭା ହୋଇଥିଲା। ସଭା ରେ କୌଣସି ସମାଧାନ ନ ହେବାରୁ ନାବାଳିକା ର ମା ବରମପୁର ଥାନା ରେ ଅଭିଯୋଗ କରିଛନ୍ତି।mpx news odisha