ଭୁବନେଶ୍ୱର; ବିଜେଡିର ୪ ପ୍ରାର୍ଥୀ ୪ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ୪ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡି ପକ୍ଷରୁ ମୁଖପାତ୍ର ସସ୍ମିତ ପାତ୍ର, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ମୁଖପାତ୍ର ସୁଲତା ଦେଓ ଏବଂ ଆଦିବାସୀ ନେତା ନିରଞ୍ଜନ ବିଶି ପ୍ରାର୍ଥୀ ହୋଇଛନ୍ତି।
ବିଜେଡିର ୪ ଜଣ ଯାକ ପ୍ରାର୍ଥୀ ବିଜୟୀ ହେବା ନିଶ୍ଚିତ। ନାମାଙ୍କନ ଦାଖଲ ବେଳେ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ବିଜେଡିର ଅନେକ ବିଧାୟକ ଓ ନେତା ଉପସ୍ଥିତ ଥିଲେ।ବିଜେଡି ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟସଭା ନିର୍ବାଚନ ନାମାଙ୍କନ ସମୟରେ ଦଳର ସୁପ୍ରିମୋ ଅନୁପସ୍ଥିତ ଥିଲେ। ତାଙ୍କ ପରିବର୍ତ୍ତେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ। mpx news odia