ବ୍ରଜରାଜନଗର ଉପନିର୍ବାଚନ ଲାଗି ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ। ଉପନିର୍ବାଚନର ମୁଖ୍ୟତଃ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱୀତା ହେଉଥିବା ବେଳେ ମୈଦାନକୁ ଓହ୍ଲାଇଛନ୍ତି ମୋଟ ୧୧ ଜଣ ପ୍ରାର୍ଥୀ। ବ୍ରଜରାଜନଗରର ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।ଆଇନଶୃଙ୍ଖଳା ପାଇଁ ୧ ହଜାର ପୁଲିସ ଅଧିକାରୀ, ୩ କମ୍ପାନି ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ ହୋଇଛନ୍ତି। ୨୭୯ ବୁଥରେ ମତଦାନ ହେଉଛି। ସେଥିମଧ୍ୟରୁ ୬୦ଟି ବୁଥକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ଭୋଟ୍ ପାଇଁ ମୋଟ ୧ ହଜାର ୨୨୮ ପୋଲିଂ ଅଫିସର ନିୟୋଜିତ ହୋଇଛନ୍ତି