ବ୍ରହ୍ମପୁର ;ସାବିତ୍ରୀ ରେ ଅଘଟଣ । ଜ୍ବାଇଁ ର ଛୁରା ମାଡ଼ରେ ଶାଶୁ- ଶଶୁର ଗୁରୁତର , ବ୍ରହ୍ମପୁର MKCG ସ୍ଥାନାନ୍ତର । ଏଭଳି ଚାଞ୍ଚଲ୍ୟ ସ୍ରୁଷ୍ଟୀ ହୋଇଛି ଖଲ୍ଲିକୋଟ ଥାନା ଭେଜିପୁଟ ଗାଁର । ଭେଜିପୁଟ ର ପଙ୍କଜ ସାହୁଙ୍କ ଘରେ ପଶି ଜ୍ବାଇଁ କୁନା ପାଳ ନିଜ ସ୍ତ୍ରୀ ନମିତା କୁ ଛୁରୀ ରେ ଆକ୍ରମଣ କରିବା ସମୟରେ ଶାଶୁ ଶଶୁର ବାଧା ଦେବା ଫଳରେ ଉଭୟ ଶାଶୁ ଏବଂ ଶଶୁର କୁ ଛୁରା ମାଡ଼ କରିଛି ଜ୍ବାଇଁ । ଏହି ଘଟଣା ସାହି ପଡିଶା ଜାଣିବା ପରେ ଜ୍ବାଇଁ କୁ ଧରି ଗ୍ରାମବାସୀ ନିସ୍ତୁକ ମାଡ଼ ମାରିବା ସହ ପୋଲିସ କୁ ହସ୍ତାନ୍ତର କରିଛନ୍ତି ।
ସେପଟ ଗୁରୁତର ଶାଶୁ ଶଶୁର କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲ ପରେ ବ୍ରହ୍ମପୁର MKCG ସ୍ଥାନାନ୍ତର କରା ଯାଇଛି। ଗାଁ ଖଲ୍ଲିକୋଟ ପୋଲିସ ପହଞ୍ଚି ଜ୍ବାଇଁ ଏବଂ ତାର ସହଯୋଗୀ କୁ ଅଟକ ରଖିବା ସହ ଆକ୍ରମଣ ରେ ବ୍ୟବହାର ହୋଇଥିବା ଛୁରୀ କୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି।
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋଟ