ନୂଆଦିଲ୍ଲୀ: ନେପାଳରେ ବିମାନ ନିଖୋଜ ହୋଇଯାଇଛି। ସେଥିରେ ୨୨ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ଅଛନ୍ତି।
ନିଖୋଜ ବିମାନଟି ଘରୋଇ ଏୟାରଲାଇନ୍ ସଂସ୍ଥା ‘ତାରା ଏୟାର’ର। ବିମାନଟି ନେପାଳର ରାଜଧାନୀ କାଠମାଣ୍ଡୁ ଠାରୁ ପ୍ରାୟ ୨୦୦ କିମି ଦୂରରେ ଥିବା ପୋଖରାରୁ ଉଡ଼ାଣ ଭରିଥିଲା। ଏହା ସେଠାରୁ ୮୦ କିମି ଦୂର ଜୋମ୍ସୋମ୍ ଅଭିମୁଖେ ଯାତ୍ରା କରୁଥିବା ବେଳେ ନିଖୋଜ ହୋଇଯାଇଥିବା ଖବର ଆସିଛି।
ସୂଚନା ଅନୁଯାୟୀ, ବିମାନଟି ଜୋମସୋମ ଆକାଶରେ ପହଞ୍ଚି ସାରିଥିଲା। କିନ୍ତୁ ହଠାତ୍ ଏହା ରୁଟ୍ ବଦଳାଇ ଦେଇଥିଲା ଓ ନିଖୋଜ ହୋଇଯାଇଥିଲା। ସ୍ଥାନୀୟ ସମୟ ଅନୁସାରେ ସକାଳ ୯ଟା ୫୫ରେ ଏହା ସହିତ କଣ୍ଟ୍ରୋଲ ରୁମ୍ର ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।