ତିହିଡ଼ି-ପ୍ରତିଭା ଆଗରେ ହାର ମାନଲା ଦାରିଦ୍ରତା, ନିଜର ଦୃଢ଼ ଇକ୍ତା ଶକ୍ତି ପାଇଁ ସେ ନିଜର ଜନ୍ମମାଟି ଓ ନିଜ ରାଜ୍ୟ ପାଇଁ ଆଣିଦେଇଛନ୍ତି ଗୌରବ । ପୃଥ୍ବରୀ ସବୁଠାରୁ ଛୋଟ ମନାଲିସା ଚିତ୍ର ଆଙ୍କି ସେ ଆଜି ଇଣ୍ଡିଆ ବୁକ ଅଫ ଓ ଏସିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଛନ୍ତି । ଏଥ ସହ ତାଙ୍କର ସେହି ଲମ୍ବାଯାତ୍ର ସେଥ୍କିରେ ସରିନାହିଁ ଏବେ ଗିନିସ ବୁକ ରେକର୍ଡ଼ କରିବା ପାଇଁ ଲାଗି ପଡ଼ିଛନ୍ତି । ତାଙ୍କର ଏହି ସଫଳାତା ପାଇଁ ତାଙ୍କୁ ସବୁଆଡ଼ି ମିଳିଛି ପ୍ରଶଂସାର ପାତ୍ର ପାଲଟିଛି , ସେ ହେଉଛନ୍ତି ତିହିଡ଼ି ବ୍ଳକର ଯୁବକ ରାମଚନ୍ଦ୍ର ମହାକୁଡ଼.
ତିହିଡ଼ି ବ୍ଲକ ସାହପୁର ପଂଚାୟତର ଗୋପାଳ ଦହରା ଗାଁରେ ରାମଚନ୍ଦ୍ର ଜନ୍ମ, ପିଲାଟି ଦିନରୁ ରାମଚନ୍ଦ୍ର ମେଧାବୀ ଛାତ୍ର ଥିଲେ ତାଙ୍କର ପିତାଙ୍କର ଅକାଳ ବିୟୋଗ ତାଙ୍କୁ ତାଙ୍କ ଲକ୍ଷ ପଥରେ କରିଥିଲା ପ୍ରଭାବିତ , କିଛି ନୂଆ କରି ଦେଖୁଇବା ତାଙ୍କର ଅଭିଳାସ ଥିଲା , ୧୦ ବର୍ଷ ବୟଷରୁ ତାଙ୍କର ପ୍ରତିଭା ବିକାଶିତ ହୋଇଥିଲା , ହେଲେ ପରିବାରର ବୋଝ ପାଇଁ ରାମଚନ୍ଦ୍ର ବାହାର ରାଜ୍ୟରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ଏବେ ସେ ପୃଥିବୀର ସବୁଠାରୁ ଛୋଟ ମନାଲିସା ଚିତ୍ର ଆଙ୍କି ଯାହାର ଲମ୍ବ ମାତ୍ର (୪.୨୧ )ସେଟିଂମିଟର ତିଆରୀ କରି ଇଣ୍ଡିଆ ବୁକ ଅଫ ରେକର୍ଡ଼ ଓ ଏସିଆ ବ୍ଲକ ଅଫ ରେକର୍ଡ଼ରେ ସ୍ଥାନ ପାଇଛନ୍ତି । )
ରାମଚନ୍ଦ୍ରଙ୍କ ବାପାଙ୍କ ବିୟୋଗ ପରେ ରାମଚନ୍ଦ୍ରଙ୍କ ପରିବାର ତାଙ୍କର ୨ ଭଉଣୀ ଓ ମା ମଧ୍ୟ ଅଛନ୍ତି । ଆର୍ଥିକ ସ୍ଥିତି ଖରାପ ଥିଲେ ମଧ୍ୟ ରାମଚନ୍ଦ୍ର ଏବେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ରାମଚନ୍ଦ୍ରଙ୍କର ଏହି ଚିତ୍ର ଆଙ୍କିବା ପାଇଁ ଅଧିକ ଯାହା ଉପକରଣ ଆବଶ୍ୟକ ପଡୁଛି ଏବଂ ତାଙ୍କର କଳାର ବ୍ୟବହାର ପାଇଁ ଓ ନୂଆ ରିସର୍ଚ ପାଇଁ ଉପକରଣ ଯୋଗାଇବା ତାଙ୍କ ପରିବାର ପକ୍ଷେ ସମ୍ଭବ ହେଉନାହିଁ । ଅନ୍ୟପଟେ ରାମଚନ୍ଦ୍ରଙ୍କୁ ଏଯାଏ ସରକାର କିମ୍ବା ସେବରକାରୀ ସ୍ତରରେ ମିଳନି ସହାୟତା ହେଲେ ସେ ନିଜସ୍ବ ଉଦ୍ୟମରେ ଜାରୀ ରଖୁଛନ୍ତି ତାଙ୍କର ଏହି ସାଧନା .Report-debakantamohanty, place-chandabali,