ସ୍ତ୍ରୀ ଓ ପ୍ରେମିକ ଅନ୍ଧାରରେ କରୁଥିଲେ ରାସଲୀଳା, ସ୍ତ୍ରୀ ଙ୍କ ନାମରେ ସର୍ବସ୍ୱ କରିଦେଇ ସ୍ୱାମୀ ଦାଣ୍ଡର ଭିକାରୀ, ଛୁଆଙ୍କ ଭବିଷ୍ୟତ ପାଇଁ ତାଙ୍କ ଅର୍ଜିତ ସମ୍ପତ୍ତି ଫେରି ପାଇବା ପାଇଁ ଥାନାରେ ଦେଲେ ଏତାଲା

ବିବାହର ଦୀର୍ଘ ୧୩ ବର୍ଷ ପରେ ସ୍ୱାମୀକୁ ଛାଡ଼ି ସ୍ତ୍ରୀ ହେଲା ପ୍ରେମିକ ସହ ଫେରାର। ବେଦୀର ଦେଇଥିବା ପ୍ରତିଶୃତି କୁ ଚୁଲିକୁ ଦେଇ ଦୁଇ ଛୁଆଙ୍କୁ ଛାଡି ପ୍ରେମିକ ଘରକୁ ଚାଲିଗଲା ମାଆ। ପ୍ରେମିକ ମଧ୍ୟ ନିଜ ବିବାହିତା ପ୍ରେମିକାକୁ ପାଖରେ ରଖିବା ପାଇଁ ଖୁସି ଖୁସି ହୋଇଗଲେ ରାଜି। ନିକଟରେ ଏପରି ଏକ ଘଟଣା ସମ୍ମୁଖକୁ ଆସିଛି ଯାହା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୁଧୀର ପାତ୍ର ( ସ୍ୱାମୀ)

” ତେବେ ଟଙ୍କା ପାଇଁ ଲୋକମାନେ କେତେ ଅଧିକ ତଳକୁ ଖସି ଯାଇ ଥାଆନ୍ତି ତାହା ଏହି କଥାରୁ ସ୍ପଷ୍ଟ ହୋଇଯାଉଛି। ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ସୁଧୀର ପାତ୍ର ପ୍ରାୟ ୧୩ ବର୍ଷ ତଳେ ଦେବୀଅର୍ଚ୍ଚନା ବେହେରାଙ୍କୁ ବିବାହ କରି ଥିଲେ। ଏହା ପରେ ଏପରି କିଛି ହୋଇଥିଲା ଯାହା ସମସ୍ତଙ୍କୁ ଚକିତ କରି ଦେଇଥିଲା। ତେବେ ବିବାହର ୧୨ ବର୍ଷ ଯାଏ ସବୁ କିଛି ଠିକ ଠାକ ଚାଲିଥିଲା। ସେମାନେ ବହୁତ ଭଲରେ ନିଜର ସଂସାର ଗଢି ତୋଳିଥିଲେ। ଏହି ଭିତରେ ଦୁଇ ଛୁଆଙ୍କୁ ଜନ୍ମ ଦେଇଥିଲା ଦେବୀଅର୍ଚ୍ଚନା। ତେବେ ଏହା ପରେ ଅଚାନକ ଭାବରେ ଜଣେ ମହିଳାଙ୍କ ଚାଲିଚଳଣୀ ସମ୍ପୂର୍ଣ ଭାବରେ ବଦଳି ଯାଇଥିଲା। ସେ ଅଚାନକ ଲୁଚି ଲୁଚି ପ୍ରେମୀମ ସହ ଘଣ୍ଟା ଘଣ୍ଟା ପ୍ରେମଳାପ କରୁଥିଲେ। ଏହା ସହିତ ସେ ସ୍ୱାମୀଙ୍କ ସହିତ ଅନେକ ଖରାପ ବ୍ୟବହାର କରିବା ଆରମ୍ଭ କରି ଦେଇ ଥିଲେ। ତେବେ ସେ ତାଙ୍କ ସହିତ ଏପରି ବ୍ୟବହାର କରିବା ତାଙ୍କ ସ୍ୱାମୀ ସ୍ୱପ୍ନରେ ସୁଦ୍ଧା କେବେ ଭାବି ନ ଥିଲେ।”

ଫେରାର ସ୍ତ୍ରୀ

” ସୁଧୀରଙ୍କ ଅଭିଯୋଗ ଅନୁଯାଇ ତାଙ୍କ ସ୍ତ୍ରୀଙ୍କ ପ୍ରେମୀ ଖୁଣ୍ଟା ଅନ୍ତର୍ଗତ ଶ୍ରୀନିବାସ ବେହେରାଙ୍କ ପୁଅ ମାନସ ବେହେରା ଟଙ୍କା ଲୋଭରେ ନିଜ ସ୍ତ୍ରୀ ଓ ୯ ବର୍ଷ ର ଝିଅ କୁ ଛାଡି ଦେଇ ଦେବୀଅର୍ଚ୍ଚନାଙ୍କୁ ପ୍ରେମରେ ଫାସିଛନ୍ତି। ଶଶୁର ପ୍ରଶାନ୍ତ ବେହେରା ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ବେଶ ଜଣାଶୁଣା ଥିବା ସହ ବାରିପଦା ପିବ୍ଲୁଡି ଅଫିସ ରେ ଅବସର ପରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି ଓ ଶାଶୁ ଶାନ୍ତିଲତା ଜେନା ଭୋଳଗଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଏନଏମ ଭାବେ କାର୍ଯ୍ୟ କରୁଛନ୍ତି।ତେବେ ଦୁହିଁକୁ ଏ ଘଟଣା ବିଷୟରେ ଜଣାଇଲା ପରେ ଶଶୁର ଘର ଲୋକେ କହିଥିଲେ ଯାହା ଘଟିଲା ତାହା ଭୁଲିଯାଇ ଆମ ସହିତ ଘର ଜ୍ୱାଇଁ ରୁହ। ଶଶୁର ଘରେ ଲୋକେ ନିର୍ଯ୍ୟାତନା ଓ ଜୀବନରୁ ମାରି ଦେବାକୁ ଧମକ ଦେବାରୁ ସୁଧୀର ଦୁଇ ପିଲା ମାନଙ୍କୁ ନେଇ ନିଜ ବାସସ୍ଥାନ ନୀଳଗିରି ପଳାଇ ଆସିଥିଲେ। କିଛି ଦିନ ପରେ ଶଶୁର ଘରେ ଲୋକେ ଥାନାରେ ଏତାଲା ଦେବାରୁ ନଭେମ୍ବର ମାସ ଖୁଣ୍ଟା ଥାନରୁ ଡାକରା ଆସିଥିଲା। ଥାନାରେ ଆପସ୍ ବୁଝାମଣା ମଧ୍ୟରେ ସ୍ତ୍ରୀ ୬ ମାସ ସମୟ ନେଇଥିଲେ। ୬ ମାସ ମଧ୍ୟରେ ବଡ ଝିଅ ମାଆ କୁ ଦେଖା କରିବାକୁ ଯାଇଥିବା ସମୟରେ ମାଆ କହିଥିଲେ ତୁ ତୋ ଭାଇ ତୋ ବାପା ମୋ ପାଇଁ ମାରି ଯାଇଛ। ଏଠାକୁ କେବେ ଆସିବୁ ନାହିଁ। ”

ଅରୁଣ କୁମାର ବେହେରା( ସମାଜସେବୀ)

ଦୀର୍ଘ ୬ ମାସ ପରେ ସୁଧୀର ସ୍ତ୍ରୀ କୁ ବୁଝାଇ ଘରକୁ ଆଣିବାକୁ ଯାଇଥିଲା ବେଳେ ସ୍ତ୍ରୀ ରାଗ ତମ ତମ ହୋଇ କହିଥିଲେ ମୁଁ ମାନସ ସହିତ ରହିବି ତୁ ଯାହା କରିବାର ଅଛି କର। ଖୁଣ୍ଟା ସ୍ଥିତ ରହୁଥିବା ଭଡା ଘରୁ ଫ୍ରିଜ, ଟିଭି, ପଲଙ୍କ, ୱାସିଂ ମେସିନ ଇତ୍ୟାଦି ଘରକରଣୀ ସାମଗ୍ରୀ ନେଇ ଆସିଥିଲେ ଦେବୀଅର୍ଚ୍ଚନା। ସ୍ୱାମୀ ସୁଧୀର ସ୍ତ୍ରୀ ନାମରେ ବାରିପଦା ସ୍ଥିତ ଡିଭାଇନ ସମ୍ମୁଖରେ ୧୦ ଡ଼ିସିମିଲ ପ୍ଲଟ (ଆନୁମାନିକ ମୂଲ୍ୟ ୨୦ ଲକ୍ଷ) ଓ ନୀଳଗିରି ଏନଏଚ ସଂଲଗ୍ନ ପ୍ଲଟ ୫ ଡ଼ିସିମିଲ (ଆନୁମାନିକ ମୂଲ୍ୟ ୧୦ ଲକ୍ଷ) ତତସହିତ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ସୁନାଗହଣା ତାଙ୍କ ନାମରେ କିଣିଥିଲେ। ତାଙ୍କ ପାଖରେ ଆଉ କିଛି ନ ଥିବାରୁ ଦୁଇ ପିଲାଙ୍କ ଭବିଷ୍ୟତ ପାଇଁ ଜାଗା ଦୁଇଟି ଫେରାଇବାକୁ କହିଥିଲେ। କିନ୍ତୁ କିଛି ସୁଫଳ ମିଳିଲାନାହିଁ। ତେଣୁ ବାଧ୍ୟହୋଇ ଜିଲ୍ଲା ଆରକ୍ଷୀଅଧିକ୍ଷକ ଙ୍କ ଠାରେ ଅଭିଯୋଗ କରିଛନ୍ତି। ତେବେ ଦେବୀଅର୍ଚ୍ଚନା ଓ ମାନସ ଖୁଣ୍ଟାରୁ ଲୁଚି ପଳାଇ ଆସି ବାରିପଦା ସ୍ଥିତ ବାଗଡ଼ିହା ଠାରେ ଭଡା ସୂତ୍ରରେ ରାହୁଥିବାର ପ୍ରକାଶ କରିଛନ୍ତି ସୁଧୀର।

ତେବେ ପ୍ରେମ ଯେ ଅନ୍ଧ ତାହା ଏଥିରୁ ସ୍ପଟ ପ୍ରମାଣିତ ହେଉଛି। ଯିଏ ମାଆ ନିଜ ଦୁଇଟି ଝିଅ ଓ ପୁଅ କୁ ଛାଡି ଏକ ବିବାହିତ ପରପୁରୁଷ ସହିତ ଯାଇପାରୁଛି ତେବେ ସେ ସ୍ତ୍ରୀ ଏହି ପୁରୁଷକୁ ଛାଡି ଅନ୍ୟତ୍ର ଯିବ ନାହିଁ ତାହା କିଏ କହିପାରିବ। ସ୍ତ୍ରୀ କୁ ଅନ୍ଧ ହୋଇ ଭଲପାଇବା ଫଳ ପାଇଛି ସ୍ୱାମୀ। ସୁଧୀର ନିଜ ଦୁଇ ଛୁଆର ହକ ପାଇଁ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତେବେ ଦେଖିବାକୁ ବାକି ରହିଲା ଧୋକାବାଜ ସ୍ତ୍ରୀ ତା ଦୁଇ ଛୁଆଙ୍କ ଭବିଷ୍ୟତ ପାଇଁ ସୁଧୀର ଙ୍କ ଅର୍ଜିତ ସମ୍ପତି ଫେରାଇବକି ନାହିଁ।
ମୟୁରଭଞ୍ଜ ସାରସ କଣା ରୁ ତପନ ଦଣ୍ଡପାଟ

 

 

Share this…
Share on Facebook

Facebook