ଝାରପୋଖରିଆ : ମର୍ମନ୍ତୁଦ ସଡକ ଦୁର୍ଘଟଣା,ବାଇକ ଆରହି ଗୁରୁତର ଥିବାବେଳେ ଘଟଣା ସ୍ଥଳରୁ ବୋଲର ଚାଳକ ଫେରାର । ସୂଚନା ଅନୁସାରେ ଝାରପୋଖରିଆ ଥାନା ଅନ୍ତର୍ଗତ ସୁବର୍ଣରେଖା ମୁଖ୍ୟକେନାଲ ନିକଟରେ ଏକ ବୋଲେରୋ ଗାଡି ସହିତ ଏକ ବାଇକ ଆରହି ଙ୍କ ଧକ୍କା ହେବାଫଳରେ ବୋଲେରୋ ଟି 20 ଫୁଟ ତଳକୁ ଖସି ଯାଇଛି।ତେବେ ଦୁଇ ବାଇକ ଆରହି ଗୁରୁତର । ବାଇକ ଆରୋହି ମାନେ ହେଲେ ଝାରଖଣ୍ଡ ଡୁମୁରିଆ ଥାନା ଖଇରବଣୀ ଗ୍ରାମର ରାକେଶ ନାଏକ, ଓ ଅନ୍ୟ ଜଣେ ହେଲେ ବାଙ୍ଗରିପୋଷି ଥାନା ଅନ୍ତର୍ଗତ ବଡ଼ ନୂଆଗାଁ ଗ୍ରାମର ଜଗବନ୍ଧୁ ନାଏକ ଜଣାପଡ଼ିଛି । ତେବେ ସେମାନେJH05CQ 6322 ବାଇକରେ ବମ୍ବେଛକ ପଟୁ କେନାଲ ରାସ୍ତାରେ ଆସୁଥିବା ବେଳେ ସାରସକଣା ବଜାର ପଟରୁ ଏକ ବୋଲର ଯାହାର ନମ୍ବର OD11C 8580 ବମ୍ବେଛକ ପଟେ ଯାଉଥିବା ବେଳେ ବାଇକ ସହିତ ସାମ୍ନାସାମ୍ନି ଦୁର୍ଘଟଣା ଘଟିଥିଲା । ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ ଓ ବାଇକ ଚାଳକଙ୍କୁ ନେଇ ୨୦ଫୁଟ ତଳକୁ ବଲୋରଟି ଭାରସାମ୍ୟ ହରେଇ ଖସି ପଡ଼ିଥିଲା । ବୋଲର ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି 108 କୁ ଯୋଗାଯୋଗ ମଧ୍ୟ କରିଥିଲେ । ତେବେ 108 ଆସିବାର ବିଳମ୍ଭ ଯୋଗୁଁ ସାରସ କଣା BDO ଙ୍କ ଗାଡ଼ିରେ ଶୀର୍ଷା ମେଡିକାଲକୁ ପଠାଯାଇଥିଲା । ଦୁର୍ଘଟଣା ରେ ଦୁଇ ଜଣ ଲୋକଙ୍କ କଷ୍ଟ ସହି ନ ପାରି ନିଜ ଗାଡ଼ିରେ ମେଡ଼ିକାଲ ପଠେଇ ଥିଲେ ।ତେବେ ସାରସକଣା BDO ଙ୍କ ଏଭଳି ମହାନତା ଯୋଗୁଁ ସାଧାରଣରେ ଚର୍ଚ୍ଚା ହେଉଛି । ।

Share this…
Share on Facebook

Facebook