ଚାନ୍ଦବାଲି ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରା ମଦ କାରବାର। ପୋଲିସ ଆଖିରେ ଧୂଳି ଦେଇ ଦିନ ଦୀପହରେ ଚାଲିଛି ଖୋଲମ ଖୋଲା ମଦ ବେପାର। ତେବେ ଆଜି ଚାନ୍ଦବାଲି ଥାନା ଅନ୍ତର୍ଗତ ଭାଟପଡା ପଞ୍ଚାୟତ ସେରପୁରୁ ଗାଁର ଏକ ବ୍ଯକ୍ତି ୨୦ ଲିଟର ଦେଶି ମଦ ନେଇ ଯାଉଥିବା ବେଳେ ସେରପୁରୁ ଗ୍ରାମର କିଛି ମହିଳା ଉକ୍ତ ବ୍ୟକ୍ତିଙ୍କୁ ଅଟକାଇବା ସହ ଚାନ୍ଦବାଲି ଥାନକୁ ଖବର ଦେଇଥିଲେ । ଖବର ପାଇ ଚାନ୍ଦବାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨୦ ଲିଟର ଦେଶି ଚୋରା ମଦ ଜବତ କରିବା ସହିତ ମଦ ବେପାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ତେବେ ଗାଁ ଗହଳିରେ ହେଉଥିବା ଚୋରା ମଦ କାରବାରରେ ଅନେକ ଧନ ଜୀବନ ନଷ୍ଟ ହେଉଥିବା ବେଳେ କୁନି କୁନି ପିଲାମାନଙ୍କ ଉପରେ ଅନେକ ପ୍ରଭାହ ମଧ୍ୟ ପକାଉଛି। ତେବେ ଚୋର ମଦ କାରବାର ଉପରେ ରୋକ ଲଗାଇବା ପାଇଁ ଅଞ୍ଚଳ ବାସୀ ପୋଲିସକୁ ଚେତାବନୀ ଦେଇଛନ୍ତି। ଯଦି ଆଗାମୀ ଦିନରେ ଏହି ଘଟଣାର ପୁନରବୃତ୍ତି ହୁଏ ତାହେଲେ ଶତାଧିକ ମହିଳା ରାଜରାସ୍ତାକୁ ଓଲ୍ହାଇବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି।