ମୟୂରଭଞ୍ଜ “ସବୁଜ ସୁନ୍ଦର ସହର ଆମର” ସ୍ଲୋଗାନ ଦେଇ ପୌରପାଳିକା ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳ ମୟୂରଭଞ୍ଜ ମାଟିର ଗର୍ବ ଓ ଗୋୖରବକୁ କିପରି ଭାବରେ ଖୁର୍ଣ୍ଣ କରୁଛନ୍ତି ତାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ବାରିପଦା ସହରରେ। ପ୍ରଥମେ ଦେଖିନିଅନ୍ତୁ ଏ ଦୃଶ୍ୟକୁ।
ଦୀର୍ଘ ୧୫ ଶହ ବର୍ଷ ରୁ ଅଧିକ ସମୟ ଧରି ମୟୁରଭଞ୍ଜ କୁ ଶାସନ ଦେବା ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟଜଳ ଭଳି ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରମାଣିତ କରିଥିବା ଭଞ୍ଜ ବଂଶୀୟ ମହାରାଜା ମାନଙ୍କ ପ୍ରତି ଜିଲ୍ଲାବାସୀଙ୍କର ଭଲପାଇବା ଓ ସମ୍ମାନ ରହିଆସିଛି। ତେଣୁ ବାରିପଦା ସହରର ବିଭିନ୍ନ ସ୍ଥାନରେ ପ୍ରତିମୃତ୍ତି ସ୍ଥାପନ କରାଯାଇଛି ଏବଂ ବିଭିନ୍ନ ସମୟରେ ଏହି ପ୍ରତିମୃତ୍ତିରେ ଯେ କୈଣସି ଶୁଭ କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପ୍ରତି ମୃତ୍ତିରେ ପୁଷ୍ପ ମାଲ୍ୟଅର୍ପଣ କରି ସେମାନଙ୍କୁ ସମ୍ମାନ ଦିଆଯାଇଥାଏ। ହେଲେ ଦୁଃଖ ଏବଂ ପରିତାପର ବିଷୟ ଏହିକିଜେ ଜିଲ୍ଲା ପ୍ରଶାସନର ମହାପୁରୁଷ ମାନଙ୍କ ପ୍ରତି ସମ୍ମାନ କେବଳ କେହି କ୍ଷଣିକ ମାତ୍ର ଯାହା ଆଜି ପ୍ରମାଣିତ ହୋଇଛି। : ସୁଶାନ୍ତ ପାଲ ( ବାରିପଦା ଟାଉନ କଂଗ୍ରେସ ସଭାପତି)
ବାରିପଦା ପୌରପାଳିକା ତଥା ସଂସ୍କୃତି ଭବନ ସମ୍ମୁଖରେ ହୋଇଥିବା ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ ଙ୍କ ପ୍ରତିମୃତ୍ତି ରେ ଚଳିତ ମାସ ଏକ ତାରିଖ ତଥା ଉତ୍କଳ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଦ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଜିଲ୍ଲାର ଅନେକ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପୁଷ୍ପମାଲ୍ୟ ଅର୍ପଣ। କରିଥିଲେ। ଯାହା ଆଜି ଦୀର୍ଘ ଦିନ ବିତିଯାଇଥିଲେ ବି ଶୁଖିଲା ହାର ଟି ମହାରାଜଙ୍କ ଗଳାରେ ଝୁଲୁ ଥିବାର ଦେଖିବାକୁ ମିଳିଛି। ଜିଲ୍ଲାପାଳ ମହଦୟ ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ କିପରି ନଜର ପଡୁନାହିଁ ମହାରାଜଙ୍କ ପ୍ରତିମୃତି ଉପରେ। : ଜଗବନ୍ଧୁ ମିଶ୍ର (ଟିକସ ଦାତା)
କେବଳ ଯେ ମହାରାଜଙ୍କ ପ୍ରତିମୃତ୍ତି ଙ୍କ ଠାରେ ଏଭଳି ଦୁଃଖଦାୟକ ଚିତ୍ର ଦେଖିବାକୁ ମିଳୁଛି ତାହା ନୁହେଁ ବାରିପଦା ସହରର ବିଭିନ୍ନ ସ୍ଥାନରେ ଯେଉଁ ମହାପୁରୁଷଙ୍କ ପ୍ରତିମୃତ୍ତି ସ୍ଥାପନ କରାଯାଇଛି ସେମାନଙ୍କୁ ମଧ୍ୟ ସେହିପରି ଭାବରେ ଅସମ୍ମାନ ପ୍ରଦର୍ଶନ କରିଥିବାର ଦୁଃଖ ପ୍ରକାଶ କରିଛନ୍ତି ବାରିପଦା ବାସୀ। ଏପରି ଦୃଶ୍ୟ ସହର ବାସୀଙ୍କୁ ଦୁଃଖିତ କରିବା ସହ ଏହା ମୟୂରଭଞ୍ଜ ମହାରାଜ ରାଜବଂଶର ସମ୍ମାନ, ଗର୍ବ ଓ ଗରୀମାକୁ ଜିଲ୍ଲା ପ୍ରଶାସନ ଖୁର୍ଣ୍ଣ କରିଥିବାର ସାଧାରଣରେ ଚର୍ଚ୍ଚା ହେଉଛି। ବିଶ୍ୱବିଜୟୀ ପଣ୍ଡା (ଆପ ପୂର୍ବତନ ଚେୟାର ମ୍ୟାନ ପ୍ରାର୍ଥୀ ବାରିପଦା)