ପାଇପ ଲାଇନ ବିଛାଇବାରେ ଦୁର୍ନୀତି ଅଭିଯୋଗ ଆଣିଛି ବିଜେପି

କେନ୍ଦୁଝର: ପାନୀୟ ଜଳ ପାଇପ ବିଛାରେ ଦୁର୍ନୀତି  ଯୋଗାଇବା ପାଇପ ଲାଇନ ବିଛା ଚାଲିଛି । କିନ୍ତୁ ଏହି ପାଇପ ଲାଇନ ବିଛାଇବାରେ ଦୁର୍ନୀତି ଅଭିଯୋଗ ଆଣିଛି ବିଜେପି । ୭ଟି ଗୁପ୍ତ ଟେଣ୍ଡର ମାଧ୍ୟମରେ କାମ ବଣ୍ଟା ଯାଇଥିବା ବେଳେ ଜନୈକ ଠିକାଦାରକୁ ଅହେତୁକ ଅନୁକମ୍ପା ପ୍ରଦାନ କରାଯାଇଥିବା ଅଭିଯୋଗ କରିଛି ବିଜେପି । ୨୦୨୧ ମସିହାରେ ପାଇପ ଲାଇନ ବିଛାରେ ମିଟର ପିଛା ଅଧିକ ଟଙ୍କା ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ଅଭିଯୋଗ ଆଣିଛି ବିଜେପି । ଏନେଇ ଏକ ଦାବିପତ୍ର ଭିଜିଲାନ୍ସ ବିଭାଗକୁ ଲିଖିତ ଅଭିଯୋଗ କରାଯାଇଛି । ଜିଲ୍ଲା ସଭାପତି ଙ୍କ ଅଧକ୍ଷତାରେ ଏକ ପ୍ରତିନିଧି ଦଳ ପାନୀୟ ଜଳଯୋଗାଣ ବିଭାଗ ଦ୍ଵାରା କରାଯାଇ ଥିବା ଦୁର୍ନୀତିର ତଦନ୍ତ କରିବାକୁ ଦାବି କରିଛି ବିଜେପି । ଦାବିପତ୍ର ପ୍ରଦାନ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ସଠିକ ତଦନ୍ତ କରାଯିବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି ।

Share this…
Share on Facebook

Facebook