ଭଞ୍ଜନଗର : ଗାଙ୍ଗପୁର ଥାନା ଅଧୀନ କାଳିଆଗୁଡା ଗ୍ରାମ ନିକଟରେ ବାଇକ ଧକ୍କାରେ ଗୁରୁବାର ଅପରାହ୍ନ ସମୟରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କାଳିଆଗୁଡା ଗ୍ରାମର ବିମଳ ପ୍ରଧାନ । ସୂଚନା ପ୍ରକାରେ ବିମଳ ଆଜି ଅପରାହ୍ନ ସମୟରେ ମୁଖ୍ୟ ରାସ୍ତା କଡରେ ବୁଲୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଦୀପକ ପ୍ରଧାନ ଙ୍କ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ଗୁରୁତର ଭାବେ ବିମଳ ଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି