ସମବାୟ ସମିତି ନିବନ୍ଧକଙ୍କ ପାଖରୁ ମିଳୁନି ସୂଚନାଧିକାର ଆଇନ ବଳରେ ତଥ୍ୟ।ଅନ୍ତତଃପକ୍ଷେ ୫୦ରୁ ଉର୍ଦ୍ଧ୍ବ ସୂଚନା ପାଇବା ପାଇଁ ସୂଚନାଧିକାର କର୍ମୀମାନେ ଆବେଦନ କରିଥିବା ବେଳେ ସୂଚନା ନଦେଇ ସମୟ ଗଡେଇ ଚାଲିଛନ୍ତି ଜିଲ୍ଲାରେ ଥିବା ଅନେକ ସମବାୟ ସମିତି ଓ ଏହି ସମିତି ଗୁଡିକର ମୁଖ୍ୟ ନିବନ୍ଧକ କାର୍ଯ୍ୟାଳୟ।ବେଆଇନ ନିଯୁକ୍ତି,ଜାଲ କାଗଜପତ୍ରରେ ଋଣ,ରବି ଓ ଖରିଫ ଫସଲ କିଣିବାରେ ଟୋକନ ଅନିୟମିତତାକୁ ନେଇ ଜିଲ୍ଲାର ଆରର୍ଟିଆଇ କର୍ମୀମାନେ ସୂଚନା ମାଗୁଥିବା ବେଳେ ସବୁଆଡୁ ନିରାଶ ହୋଇ ସମବାୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ତେବେ ଜିଲ୍ଲାରେ ଅବସ୍ଥାପିତ ARCS(ଆଡିସନାଲ ରେଜିଷ୍ଟ୍ରାର ଅଫ କୋ ଅପରେଟିଭ ସୋସାଇଟି)କୌଣସି ସୂଚନା ଦେବାକୁ ସଫାସଫା ମନା କରିଥିବା ବେଳେ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ।ତେବେ ARCSଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୂଚନାଧିକାର କର୍ମୀଙ୍କୁ ଯେପର୍ଯ୍ୟନ୍ତ ସୂଚନା ମିଳିନାହିଁ ସେପର୍ଯ୍ୟନ୍ତ ପ୍ରଶାସନ ବିରୋଧରେ ଓଡିଶା ସୂଚନାଧିକାର ଅଭିଯାନ(OSAA) ବିକ୍ଷୋଭ ଧାରଣା ଜାରି ରଖିବ ବୋଲି ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।