କେନ୍ଦୁଝର : ପାଇପଲାଇନ୍ ରେ ଲୁହାପଥର ପରିବହନକୁ ବିରୋଧ କରି ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ଜିଲ୍ଲାର ୬ଟି ଟ୍ରକ୍ ମାଲିକ ସଂଘର ସଦସ୍ୟ । କେନ୍ଦୁଝର ଜିଲ୍ଲାରୁ ସ୍ଲରୀ ପାଇପ୍ ମାଧ୍ୟମରେ ଖଣିଜ ପଦାର୍ଥ ପରିବହନର ନୂତନ ପ୍ରକଳ୍ପକୁ ବନ୍ଦ କରିବା ସହ ଟ୍ରକ୍ ଯୋଗେ ୬୦ ପ୍ରତିଶତ ଖଣିଜ ପଦାର୍ଥ ପରିବହନ ପାଇଁ କେନ୍ଦୁଝର ଜିଲ୍ଲାର ସମସ୍ତ ଟ୍ରକ୍ ମାଲିକ ସଂଘକୁ ନେଇ ଗଠିତ କୋର୍ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏନେଇ କେନ୍ଦୁଝର ସହରର କାଳିପଡ଼ିଆ ଠାରୁ ଏକ ବିଶାଳ ରାଲି ରେ ଟ୍ରକ୍ ମାଲିକମାନେ ଆସି ଜିଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନ୍ୟ ପକ୍ଷରେ ଟ୍ରକ୍ ମାଲିକ ଙ୍କ ଦାବିପତ୍ର କୁ ମୁଖ୍ୟମନ୍ତ୍ରୀଙ୍କୁ ପଠାଇବା ସହ ଟ୍ରକ୍ ମାଲିକ ସଂଘର ଦାବି ଉପରେ ତଦନ୍ତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି।