ମୟୁରଭଞ୍ଜ : ଗ୍ରୀଷ୍ମ ବଢିବା ସହିତ ବଢିଚାଲିଛି ଲୋକମାନଙ୍କ ପାନୀୟ ଜଳ ସମସ୍ୟା । ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ କରୁଛନ୍ତି ସତ ହେଲେ ତୃଣମୂଳ ସ୍ଥରରେ ଲୋକଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ। କଥାରେ ଅଛି-ଜଳ ବହୁଳେ ସୃଷ୍ଟି ନାଶ , ଜଳ ବିହୁନେ ସୃଷ୍ଟି ନାଶ ।
ଆମେ କହୁଛୁ ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ , ପୋଖରିଆଗ୍ରାମ ପଞ୍ଚାୟତ ଜଟିଆଷୋଳ ଗ୍ରାମର ଜଳ ଯାତନା କଥା , ଏଠି ଫେଲ ମାରିଛି ବସୁଧା ଯୋଜନା ।ଲୋକ ମାନେ ଟୋପାଏ ପାଣି ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ୧୦୦ ପରିବାରକୁ ଗୋଟିଏ ନଳକୂପ ରହିଛି ହେଲେ ଖରା ଦିନ ହେଲେ ସେଥିରେ ପାଣି ବାହାରେ ନାହିଁ । ଗାଁ ମୁଣ୍ଡରେ ଖୋଲା ଆକାଶ ତଳେ ଗୋଟିଏ ବହୁ ପୁରାତନ କୂଅ ରହିଛି ସେଥିରୁ ଯାହା କାଦୁଅ ମିଶା ପାଣି ବାହାରେ ତାକୁ ନେଇ ଗାଁ ଲୋକ ପିଇବା ଠାରୁ ଆରମ୍ଭ କରି ରୋଷେଇ ବାସ ଓ ଗୋରୁ,ଗାଈ ମଧ୍ୟ ସେହି ପାଣି ପିଇବାକୁ ବାଧ୍ୟ ହେଉଛନ୍ତି।
କିଛି ଦିନ ପୂର୍ବରୁ ସଲ୍ଭ କଞ୍ଜର ଭେସନ ତରଫରୁ ପୁରାତନ କୁଅଁର ପୁନରୁଦ୍ଧାର ସହିତ କୂଅ ଭିତରେ ପଡିଥିବା ଅଳିଆ ଆବର୍ଜନାକୁ ସୋଫା କରିବା ପାଇଁ ଗାଁ ଲୋକଙ୍କ ସହିତ ଆଲୋଚନା କରିଥିଲେ କିନ୍ତୁ ଦୁଃଖ ର ବିଷୟ କୂଅରୁ ପାଣି ସୁଖେଇ ଦେଇ କୁଆଡେ ଉଭେଇ ଗଲେ ଅଧିକାରୀ ।ଯାହା ଫଳରେ ପାଣି ପାଇଁ ଲୋକେ ବହୁ ଅସୁବିଧା ର ସମୁଖୀନ ହେଉଛନ୍ତି । ତେବେ ଏ ବାବଦରେ ସାରସକଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସ୍ଥାନୀୟ ସରପଞ୍ଚଙ୍କୁ ପାଣି ସମସ୍ୟାକୁ ନେଇ ବାରମ୍ବାର ଅବଗତ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସମାଧାନ କରାଯାଇ ନାହିଁ କି ପାଣିର ବ୍ୟବସ୍ଥା ମଧ୍ୟ କରାଯାଇନାହିଁ । ତେବେ ଆସନ୍ତୁ ଶୁଣିବା ସାରସ କଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହାକୁ ନେଇ କଣ କହିଛନ୍ତି -?
ବାଇଟ–ସାରସକଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ, କରୁଣାକର ଧେନ୍ଧା
+ ଜଳ କର ବଢୁଛି ହେଲେ ଦୂର ହେଉନି ଜଳ କଷ୍ଟ
+ ଗଭୀର କୂଅରୁ କଢା ଚାଲିଛି ପାଣି
+ ଉପାନ୍ତ ଅଞ୍ଚଳରେ ଫେଲ୍ ମାରିଛି ବସୁଧା ଯୋଜନା
+ ମୌଳିକ ସୁବିଧା ଓ ବିଶୁଦ୍ଧ ପାନୀୟ ଜଳ ରୁ ବଞ୍ଚିତ ଉପାନ୍ତ ଅଞ୍ଚଳର ଗାଁ ଲୋକେ
ତେବେ ଦେଖିବାକୁ ବାକିରହିଲା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଶୁଦ୍ଧ ପାନୀୟ ଜଳ ଜଟିଆଷୋଳ ଗ୍ରାମର ୧୦୦ ରୁ ଉର୍ଦ୍ଧ୍ବ ପରିବାରଙ୍କୁ କେବେ ମିଳୁଛି ।