ଗଂଜାମ : ଏବେ ଉତାପର ପରିମାଣ ବଢୁଥିବା ବେଳେ ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଖୁଣ୍ଟକଟାପଲ୍ଲିରେ ଅଂଶୁଘାତରେ ଜଣକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗ୍ରାମର ବୃନ୍ଦାବନ ନାୟକ ବୟସ 55 ବନ୍ଧକୁ ଗାଧେଇ ଯାଇ ଶୋଷ ରେ ତଣ୍ଟି ଶୁଖିଯିବାରୁ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଗାଙ୍ଗପୁର ଥାନା ରେ ଅଭିଯୋଗ।ସୂଚନା ମୁତାବକ ଗ୍ରାମର ବୃନ୍ଦାବନ ନାୟକ ଗତ କାଲି ଅପରାହ୍ନ 3.30 ରେ ଗାଧୋଇବା ପାଇଁ ପୋଖରୀ କୁ ଯାଉଥିଲେ। ସେହି ସମୟରେ ରାସ୍ତା ରେ ତାଙ୍କୁ ଶୋଷ ହୋଇଥିଲା ଆଉ ସେ ସେଠାରେ ହଁ ଟଳି ପଡ଼ିଥିଲେ। ଗାଁ କିଛି ଲୋକ ତାଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ଆସିକା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ହେଲେ ତାଙ୍କ ସବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର ପ୍ରକୃତ କାରଣ ସ୍ୱଷ୍ଟ ହେବ ।