ଗଜପତି: ପାରଳାଖେମୁଣ୍ଡି ତେଲିଗଉଡ ସାହି ରେ ଠାକୁରାଣୀ ଯାତ୍ରା ବେଶ ଜାକଜକମରେ ୯ ଦିନ କଲା ଖୁବ ଉତ୍ସହ ରେ ଚାଲୁ ଥିଲା।ମାଆ ଙ୍କ ନବମ ଦିନ ଯାତ୍ରା ଜାରି ରହିଛି।ଦୀର୍ଘ ବର୍ଷ ପରେ ଉକ୍ତ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ପାରଳାଖେମୁଣ୍ଡି ତେଲିଗଉଡ ସାହି ଚଳଚଞ୍ଚଳ ହୋଇ ଉଠିଛି।ଦିନରେ ଭୀଷଣ ଗରମ ସତ୍ତ୍ୱେ ବେଶଭୂଷା ଏବଂ ସନ୍ଧ୍ୟା ହୋଇ ଗଲେ ମାଆ ଙ୍କ ନଗର ପରିକ୍ରମା ସହିତ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମରେ ସାହି ଗାଁ ଦାଣ୍ଡ ଦୁଲୁକୁଚି।
ମାଆ ଙ୍କ ସନ୍ଧ୍ୟା ଆଳତି ପରେ ନଗର ପରିକ୍ରମାରେ ବାହାରି ବିଭିନ୍ନ ସାହିର ପ୍ରତି ଗଳିକନ୍ଦିରେ ମାଆ ଙ୍କ ଘଟ ପୂଜା ପାଇଥିଲା।ପ୍ରଥମ ଥର କରି ପିଲାମାନଙ୍କ ପାଇଁ ମିନା ବଜାର ଆସିଥିବା ବେଳେ ସନ୍ଧ୍ୟାରେ ଜନ ଗହଳି ଲାଗି ରହିଛି। ଏହା ସହିତ ସମାଜକୁ ସଚେତନତା ବାର୍ତ୍ତା ଦେଇ ବିଭିନ୍ନ ପ୍ରକାରର କଳାକୁଞ୍ଜ ଲୋକଙ୍କୁ ମନ ମହୁଛି।ଏନେଇ ସାହି ସାରା ପୁରା ଉତ୍ସବ ମୁଖର ହୋଇ ପଡିଛି।ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କମିଟିର ସଦସ୍ୟ ପରିଚାଳନା କରିଥିବାବେଳେ କମିଟିର ସଦସ୍ୟ ସଦସ୍ୟା ଏବଂ ଯୁବ ଗୋଷ୍ଠୀ ପରିଚାଳନା ରେ ସହଯୋଗ କରିଥିଲେ।
ଆଜି ଶେଷ ଦିନରେ ପଡୋଶୀ ରାଜ୍ୟ ରୁ ନୁର୍ତ୍ୟ ସଂଗୀତ ବାଜା କଳାକାର ମାନଙ୍କର ଅତି ସୁନ୍ଦର ପରିବେଷଣ କରିଥିଲେ ଏବଂ ତେଲିଗଉଡ ସାହିରେ ଲୋକଙ୍କ ଭିଡ ଜମି ଜନ ସମୁଦ୍ରରେ ମାଙ୍କ ପୂଜା ସମାପ୍ତ ହୋଇଥିଲା .