ଅନୁଗୋଳ ଜିଲ୍ଲାର RTO ଅଫିସ ଠାରୁ ନୂଆହତା ପର୍ଯ୍ୟନ୍ତ ଥିବା 55 ନମ୍ବର ଜାତୀୟ ରାଜପଥ କୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରାଯିବାକୁ ଦାବି ହେଉଛି । କାରଣ ଏହା ଏବେ ରାସ୍ତା ନୁହଁ ମରଣ ଯନ୍ତା ପାଲଟିଛି ଯେଉଁ ରାସ୍ତା ଦେଇ ହଜାର ହଜାର ଗାଡି ପ୍ରତିଦିନ ଚାଲୁଛି ସେହି ରାସ୍ତା ର ଅବସ୍ଥା ଦେଖିଲେ ବିଶ୍ୱାସ ମଧ୍ୟ କରି ହେଉ ନାହିଁ । ରାସ୍ତାରେ ଦୁରାବସ୍ଥା ପାଇଁ ପ୍ରାୟ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି । ୨୬୯୧ କୋଟି ଟଙ୍କା ରେ ନିର୍ମିତ ହେଉଥିବା ଅନୁଗୋଳ-ସମ୍ବଲପୁର ରାସ୍ତା ଯାହା ୨୦୨୦ ମସିହା ଠାରୁ କାର୍ଯ୍ୟ ଶେଷ ହେବା କଥା ତାହା ୨୦୨୨ ମସିହା ରେ ମଧ୍ୟ ଅଧା ହୋଇନାହିଁ । ଏବେ ଏହି ରାସ୍ତା ସମ୍ପୂର୍ଣ୍ଣ ରୂପେ ଗମନାଗମନ ଅନୁପଯୋଗୀ ଅଟେ । ଜନ ଅସନ୍ତୋଷ , ଆନ୍ଦୋଳନ, ଦାବି , ପ୍ରତିବାଦ ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି କିନ୍ତୁ ରାସ୍ତା ମରାମତି ନାମରେ ବିଭିନ୍ନ କଳ କାରଖାନା ର ଲୁହା ଗୁଣ୍ଡ , ପାଉଁଶ ପକାଇ ରାସ୍ତା ର ଅବସ୍ଥା ଅଧିକ ଶୋଚନୀୟ କରୁଛନ୍ତି । ସେହିପରି ଜିଲ୍ଲାରେ ଅନେକ ବୃହତ ଶିଳ୍ପ ପ୍ରତିଷ୍ଠାନ ମାନ ପ୍ରତିଷ୍ଠା ହେବା ଦ୍ଵାରା ଏବେ ଅନୁଗୋଳ ବାସୀ ଏକ ପ୍ରକାର ପ୍ରଦୂଷଣ ର ବିଷ ବଳୟରେ ଜର୍ଜରିତ ହେଉଛନ୍ତି । ଶିଳ୍ପ ପାଇଁ ଜିଲ୍ଲାବାସୀ ନିଜର ଚାଷ ଜମି , ବାସ ଗୃହ , ଘରବାଡି , ଭିଟା ମାଟି ଓ ପ୍ରାକୃତିକ ଜଙ୍ଗଲ ହରାଇ ବିସ୍ଥାପିତ ହୋଇଛନ୍ତି । ଦୀପ ତଳ ଅନ୍ଧାର ଭଳି ଆଜି ମଧ୍ୟ ଜିଲ୍ଲା ବାସୀ ନିରବଚ୍ଛିନ୍ନ ବିଦ୍ୟୁତ ସେବାରୁ ବଞ୍ଚିତ ହେଉଛନ୍ତି ତେଣୁ ଏହି ଭଳି ଅନେକ ସମସ୍ୟା ନେଇ ଆଜି ଅନୁଗୋଳ ଜିଲ୍ଲା ଜନ ଜୀବନ ସୁରକ୍ଷା କମିଟି ତରଫରୁ ଆଜି ଏକ ଜନ ଆନ୍ଦୋଳନ ଦେଖା ଦେଇଛି ଓ ପ୍ରଶାସନ କୁ 10 ଦିନର ସମୟ ଦିଆ ଯାଇଛି । ଏହି ଭିତରେ ନ ହେଲେ ଆନ୍ଦୋଳନ ଜୋରଦାର ହେବ । MPX TV Odisha