ପାରାଦୀପ୍ ସମୁଦ୍ର କୂଳ ରୁ ଅଷ୍ଟମ ଶ୍ରେଣି ଛାତ୍ର ନିଖୋଜ |

ଆଜି ଅପରାହ୍ଣ ରେ ମଧୁବନ ଅଞ୍ଚଳର ପ୍ରମୋଦ ଦାସ ଙ୍କ ଏକମାତ୍ର ପୁଅ ପ୍ରୀତମ ଦାସ ନାମକ ଛାତ୍ର ପାରାଦ୍ୱୀପ ବେଥାନି କନଭେଟ ସ୍କୁଲ ରେ ପାଠପଢୁଥିଲେ , ସ୍କୁଲ ଛୁଟି ହେବା ପରେ ଗାଧୋଇବା ପାଇଁ ସାଙ୍ଗ ମାନଙ୍କ ସହ ସମୁଦ୍ର କୁଳକୁ ବୁଲିବାକୁ ଯାଇ ସମୁଦ୍ର ଭିତରକୁ ଯାଇଥିଲେ ହେଲେ ପ୍ରୀତମ ଫେରିନଥିଲେ ସେ ଅଥଳ ସମୁଦ୍ର ଜଳ ରାଶି ଭିତରକୁ ଟାଣି ହୋଇ ଯାଇଥିଲେ ନିଜ ସାଇକେଲ , ଡ୍ରେସ୍ ସମୁଦ୍ର ଏବଂ ସ୍କୁଲ ବ୍ୟାଗ କୂଳ ରେ ଥୋଇ ସମୁଦ୍ର ଭିତରକୁ ଗାଧୋଇବାକୁ ଯାଇ ଥିବା କହିଛନ୍ତି କିଛି ପ୍ରତଖ୍ୟ ଦର୍ସି,ତାଙ୍କ ଡ୍ରେସ୍ ଓ ସାଇକେଲ ଏବଂ ସାଇକେଲ ରେ ରଖାଯାଇଥିବା ଚଷମା ଜୋତା ବ୍ୟାଗ୍ ସମୁଦ୍ର ବେଳାଭୂମିରେ ପଡି ଥିବାରୁ କେହି କେହି ସେ ସମୁଦ୍ର ଭିତରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା କୁହାଯାଉଛି | ପ୍ରମୋଦ ଦାସ ଙ୍କ ପ୍ରିତମ ଏକମାତ୍ର ପୁଅ ହୋଇଥିବାରୁ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି l ତେବେ ସ୍ତାନୀୟ ଲୋକ, ଦମକଳବାହିନୀ ଓ ଜଟାଧାରୀ ମୁହାଣ ପୋଲିସ ପ୍ରୀତମ ଙ୍କୁ ଖୋଜିବାରେ ଲାଗୀ ପଡିଛନ୍ତି |

Share this…
Share on Facebook

Facebook