ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ସହର ଏବଂ ଆଖପାଖ ଅଞ୍ଚଳରେ ବ୍ରାଉନସୁଗର ସେବନ କରି ବହୁ ସମୟରେ ଚୋରି ଡକାୟତି ଲୁଟର ମାତ୍ରାଧିକ ଘଟଣା ମାନ
ନଜର ଆସିବା ପରେ ପୋଲିଶ ଏହା ଉପରେ କାର୍ଯ୍ୟାନୁଷ୍ଠାନ
ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖି ଆସୁଥିଲେ। ଆଜି ସକାଳ ସମୟରେ ସହରରବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ ଜଣ ଡ୍ରଗ୍ସ ବିକ୍ରି କରୁଥିବା ବେଳେ ସେମାନଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୦ଗ୍ରାମ ୬୦୦ ମିଲି ଗ୍ରାମ ଡ୍ରଗ୍ସ ସହ ୭ ମୋବାଇଲ ନଗଦ ୮୭୦୦ଟଙ୍କା ଓଡ଼ି ୧୬ଇ ୩୪୮୨ ଓଡ଼ି ୧୬ ୨୭୦୨ ନଂ ଥିବା ଦୁଇଟି ମଟର ସାଇକେଲ ଜବତ କରି ଥିବା ଜଣାଯାଇଛି। ବ୍ରାଉନ ସୁଗାର ବିକ୍ରି କରୁଥିବା ୫ଜଣଙ୍କୁ ଥାନା କେସ ନମ୍ବର ୨୨୫/୨୨
ଡାଇରୀ କେସ କରି ଦଫା ୟୁ/ଏସ୍ ୨୧(ବି)ଏନ୍ ଡି ପି ଏସ୍ ଧାରାରେ କେସ ରୁଜ କରି କୋର୍ଟ ଚଲାଣ କରିଥିବା ନେଇ ପୋଲିଶ ବିଭାଗ ଦ୍ଵାରା ସୂଚିତ କରାଯାଇଛି।