ମାନସିକ ଅବସାଦ ଯୁବତୀକୁ ଦୁଷ୍କର୍ମ କରି ଭଣ୍ଡାରୀ ଗିରଫ ।

ମାନସିକ ଅବସାଦ ଯୁବତୀକୁ ଦୁଷ୍କର୍ମ କରି ଭଣ୍ଡାରୀ ଗିରଫ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଥାନା ଅନନ୍ତପୁର ଅଞ୍ଚଳରେ । ଅନନ୍ତପୁର ଅଞ୍ଚଳର ସଞୟ ବାରିକ ନାମକ ଜଣେ ଭଣ୍ଡାରି ସେହି ଅଞ୍ଚଳରେ ଏକ ବିବାହରେ ବରଧରା କାର୍ଯ୍ୟରେ ଯାଇଥିଲେ । ଗତକାଲି ସେଠାରୁ କାର୍ଯ୍ୟ ସାରି ସେହି ଅଞ୍ଚଳର ଜଣେ ମାନସିକ ଅବସାଦ ଯୁବତୀକୁ ଏକ ନିକାଞ୍ଚନ ପଡିଆକୁ ଡାକି ନେଇ ଦୁଷ୍କର୍ମ କରିଥିଲା । ସ୍ଥାନୀୟ ଲୋକ ଯୁବତୀର ଚିତ୍କାର ଶବ୍ଦ ଶୁଣି ପଡିଆକୁ ଯାଇ ବାରିକକୁ କାବୁ କରିବା ସହ ଯୁବତୀ ଜଣକୁ ଉଦ୍ଧାର କରି ପୋଲିସ୍ ଖବର ଦେଇଥିଲେ । ସୋର ପୋଲିସ୍ ଘଟଣାର ତଦନ୍ତ କରି ୨୩୩/୨୨ ମାମଲା ରୁଜୁ କରି ଭଣ୍ଡାରୀ ସଞ୍ଜୟକୁ କୋର୍ଟ ଚାଲାଣ କରିଛନ୍ତି ।

Share this…
Share on Facebook

Facebook