ତନ୍ତ୍ର ମନ୍ତ୍ର ଆଳରେ ଜଣେ ତାନ୍ତ୍ରିକଙ୍କ ମହିଳାଙ୍କୁ ଅସାଦାଚାରଣ ଅଭିଯୋଗ , ଅଭିଯୋଗ ପରେ ଭଣ୍ଡ ତାନ୍ତ୍ରିକକୁ ଗିରଫ କଲା ବାଂଶଡା ପୋଲିସ l

ଚାନ୍ଦବାଲି ବ୍ଲକ ଯଶିପୁର ପଂଚାୟତରେ ବାରାକୁଲାରେ ଜଣେ ତାନ୍ତ୍ରିକ ମହିଳାଙ୍କୁ ରୋଗମୁକ୍ତ ପାଇଁ ପୂଜାପାଠ କରିବା ଆଳରେ ତାଙ୍କୁ ଅସଦାଚରଣ କରିଛନ୍ତି । ମହିଳା ଜଣକଙ୍କର ଦେହ ଖରାପ ଥିବାରୁ ତାଙ୍କ ସ୍ବାମୀ ଜଣେ ତାନ୍ତ୍ରିକଙ୍କୁ ଡ଼କାଇଥିଲେ , ତାନ୍ତ୍ରିକ ଜଣକ ସଂପୃକ୍ତ ମହିଳାଙ୍କ ଘରେ ପହଁଚି ଗୋଟିଏ ନିରଳା ଘରେ କବାଟ ବନ୍ଦ କରି ପୂଜା କାଠ କରିବାକୁ କହିଥିଲେ , ତାନ୍ତ୍ରିକ ଜଣକ ଏହି ସୁଯୋଗରେ ମହିଳାଙ୍କୁ ଅସାଦାଚରଣ କରିବା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବାରୁ ମହିଳା ଜଣକ ପାଟିକରି ପରିବାର ଲୋକଙ୍କୁ କହିଥିଲେ । ଏହି ଘଟଣାରେ ମହିଳାଙ୍କ ସ୍ଵାମୀ ବାବୁଲି ଜେନା ବାଂଶଡା ଥାନାରେ ଅଭିଯୋଗ କରିବା ପରେ ବାଂଶଡା ପୋଲିସ କେଶ 171/22 ମୂଳେ ଭଣ୍ଡ ତାନ୍ତ୍ରିକ( ସାଧୁଆ ଜେନା )କୁ ଗିରଫ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି l

Share this…
Share on Facebook

Facebook