ଚାନ୍ଦବାଲି ବ୍ଲକ ରାମପୁର, ରାଜ୍ୟ ସରକାର ନାରା ଦେଇଛନ୍ତି ମା କୁ ସମ୍ମାନ ଗାଁ କୁ କାମ,ଏଠି କିନ୍ତୁ ସମ୍ପୂର୍ଣ୍ଣ ଓଲଟା ଉନ୍ନତି ମୂଳକ କାର୍ଯ୍ୟ ହେଉଛି କିଛି ଗାଁ ଲୋକେ ପ୍ରତିବାଦ କରୁଛନ୍ତି ଜେ ନିମ୍ନ ମାନର କାର୍ଯ୍ୟ ହେଉଛି ବୋଲି ଗାଁ ଗାଁରେ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ମାତ୍ର କାମ ହେଉଛି ନିମ୍ନ ମାନର । ଏମିତି ଏକ ଅଭିଯୋଗ ଆସିଛି ଚାନ୍ଦବାଲି ବ୍ଳକର ନାଲଗୁଣ୍ଡା ଗ୍ରାମ ପଞ୍ଚାୟତ ଅଧିନ ରାମପୁର ଗ୍ରାମରୁ । ଉକ୍ତ ଗ୍ରାମର ବିଭାଗୀୟ ଅଧିକାରୀଙ୍କ ନାମରେ ଥିବା ଦୁଇ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେଉଛି କଂକ୍ରିଟ ରାସ୍ତା । ମାତ୍ର ରାସ୍ତା କାର୍ଯ୍ୟ ନିମ୍ନ ମାନର ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏପଟେ ବିଭାଗୀୟ ଅଧିକାରୀଙ୍କୁ ଫୋନ ଯୋଗେ ପଚାରିବାରୁ ଅଧିକାରୀ ଜଣକ କହିଛନ୍ତି କାର୍ଯ୍ୟାଦେଶ ଅନୁସାରେ କାମ ହୋଇଛି ଯଦି ଅଭିଯୋଗର ସତ୍ୟତା ଥାଏ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ ଜଣକ ଗଣମାଧ୍ୟମ କୁ କହିଛନ୍ତି।