ନବରଙ୍ଗପୁର ଜିଲ୍ଲା : ରାଇଘର ବ୍ଲକର ୬ ଜଣ ଯୁବକ ଆଜି ବାଇକ ଯୋଗେ କେଦାରନାଥ ବଦ୍ରିନାଥ ଭଳି ଉତ୍ତରାଖଣ୍ଡର ବହୁ ତୀର୍ଥ ସ୍ଥାନ ପରିଭ୍ରମଣ କରି ଫେରିଥିବା ଜଣାପଡ଼ିଛି l ଏହି ୬ ଜଣ ଯୁବକ ୩ ଗୋଟି ବାଇକରେ ପ୍ରାୟ ୫ ହଜାର କିଲୋମିଟର ବାଟ ଅତିକ୍ରମ କରିଥିବା ସହିତ ସେମାନଙ୍କୁ ମୋଟ ୧୫ ଦିନ ସମୟ ଲାଗିଥିଲା l ସୂଚନା ଥାଉକି ଏ.କେ ସାହା ଯୂ ଟ୍ୟୁବ ମେକର୍ ପ୍ରତି ବର୍ଷ ବିଭିନ୍ନ ଦର୍ଶନୀୟ ସ୍ଥାନକୁ ବାଇକ ଯୋଗେ ଯାଇ ୟୁ ଟ୍ୟୁବ ଭିଡ଼ିଓ କରି ଆସୁଥିବା ବେଳେ ଏଥର ସମଗ୍ର ଉତ୍ତରାଖଣ୍ଡ ଭ୍ରମଣ କରି ଏହାର ଡକୁମେଣ୍ଟାରି ପ୍ରସ୍ତୁତ କରା ଯିବାର ଯୋଜନା ରହିଥିଲା | ଏହି ଅବସରରେ ଦେବେନ୍ଦ୍ର ମିଶ୍ର , ଅଭିଜିତ ସାହା , ଭିକୀ ଶ୍ରୀବାସ୍ତବ , ଗୁଲସନ୍ ସାହୁ , ଉମେଶ ଚନ୍ଦ୍ର ସାହୁ ଓ ମେଘନାଥ ହରିଜନ ପ୍ରମୁଖ ଗତ ୧ ତାରିଖ ଦିନ ରାଇଘରରୁ ବାହାରିଥିଲେ l ପ୍ରକାଶ ଥାଉକି ପ୍ରତି ୬ ମାସ ବ୍ୟବଧାନରେ କେଦାରନାଥ ମନ୍ଦିର ଖୋଲା ଯାଉଥିବା ବେଳେ ଚଳିତ ମାସ ୬ ତାରିଖ ଦିନ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଏହି ମନ୍ଦିର ଖୋଲା ହୋଇଥିଲା | ଏହି ପ୍ରଥମ ଦିନରେ ବାବା କେଦାରନାଥଙ୍କ ଦର୍ଶନକୁ ମୁଖ୍ୟ ଉଦ୍ଦେଶ୍ୟ ରଖି ସମସ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିଲା | ଏହି ଅବସରରେ କେଦାରନାଥ , ଟୁଙ୍ଗ୍ ନାଥ , ବଦ୍ରିନାଥ , ଋଷିକେଶ , ହରିଦ୍ୱାର ପ୍ରମୁଖ ସ୍ଥାନକୁ ଦର୍ଶନ ସାରି ଫେରିଛନ୍ତି l ଏହି ପରିଭ୍ରମଣର ସମ୍ପୁର୍ଣ୍ଣ ଡକୁମେଣ୍ଟାରି ଭିଡ଼ିଓ ୟୁ ଟ୍ୟୁବ ଲିଙ୍କ୍ Mr.A.K Saha ରେ ସପ୍ତାହକ ମଧ୍ୟରେ ଦେଖି ପାରିବେ ବୋଲି ୟୁ ଟ୍ୟୁବ ମେକର୍ ଅଭିଜିତ ସାହା ପ୍ରକାଶ କରିଛନ୍ତି l