ବିଲାତି ଦର ବଜାରରେ ଆକାଶଛୁଆଁ ହୋଇଥିଲା ବେଳେ କ୍ଷ୍ୟତିରେ ବିଲାତି ଚାଷୀ। ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଗୋପୀନାଥପୁର ଅଞ୍ଚଳରୁ। ସେଠାକାର ଚାଷୀମାନେ ଘରେ ଘରେ କରିଥାନ୍ତି ବିଲାତି ଚାଷ।ଏକର ଏକର ଏଠିକାରଚାଷୀ କରିଥାନ୍ତି ବିଲାତି ଚାଷ। ଏବର୍ଷ ବିଲାତି ଦର ବଜାରରେ ଆକାଶଛୁଆଁ ହୋଇଥିଲାବେଳେ କ୍ଷେତିରେ ବିଲାତି ଚାଷୀ।କ୍ଷେତରେ କରାଯାଇଥିଲା ବିଲାତିଚାଷ କିନ୍ତୁ ଫଳିଲା ନାହିଁ। ଗଛ ହୃଷ୍ଟପୃଷ୍ଟ ହୋଇଥିଲା ବେଳେ ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଓ ମଞ୍ଜି ଖରାପ ହେତୁ ଫଳ ଧରିଲା ନାହିଁ। କ୍ଷେତକୁ ଦେଖି ବିଲାତି ଚାଷୀ ଚିନ୍ତାରେ। ଧାରକରଜ କରି ଚାଷ କରିଥିବାବେଳେ ପରିରିବାର ପ୍ରତିପୋଷଣ ଓ ଋଣ ଟଙ୍କା ସୁଜିବା ଚିନ୍ତାରେ ଚାଷୀ। ଏଠିକାର ବିଲାତି ଆଖପାଖ ଅଂଚଳରେ ବିକ୍ରୀହେବା ସହ କଟକ ପରି ମାର୍କେଟକୁ ସୁଲଭ ଦରରେ ଚାଷୀ ଯୋଗାଇ ଦେଉଥିଲେ ବିଲାତି। ଆଗକୁ ଯଦି ପ୍ରଶାସନ ଚାଷୀକୁ ରିହାତି ଦରରେ ସାର, ମସଲା ଓ ମଞ୍ଜି ସହ ଆର୍ଥିକ ସହାୟତା ଯୋଗାଇଦେଲେ ଚାଷୀ ଫୁଣି ମୁଣ୍ଡଟେକି ଉଠିବାସହ ବେଶ ଦି ପଇସା ରୋଜଗାର କରି ଋଣ ବୋଝସୁଝିବା ସହ ନିଜର ପରିବାର ପ୍ରତିପୋଷଣ କରିପାରିବେ ।