ପରୀକ୍ଷା ନ ଦେଇ ବାହାର ରାଜ୍ୟରେ ଦାଦନ ଖଟୁଛି ମେଧାବୀ ଛାତ୍ର

ତିନି ବର୍ଷ ହେଲାଣି ବାପା ଆରପାରିକୁ ଚାଲିଗଲେ।ଏବେ ମଥା ଉପରେ ପରିବାରର ବୋଝ ।ବାପ ଆରପାରିକୁ ଚାଲିଗଲାପରେ ଘରର ଆର୍ଥିକ ଅବସ୍ଥା ଶୋଚନୀୟ । ମା ଓ ସାନ ଭାଇ ଙ୍କୁ ଗଣ୍ଡେ ଖାଇବାକୁ ଦେବାପାଇଁ ନିଜ ପାଠ ପଢା ବସ୍ତାନୀକୁ ବାନ୍ଧି ଦେଇ ନାବାଳକ ଆକାଶ ସେନାପତି ଏବେବିଦେଶ ରେ ଦାଦନ ଶ୍ରମିକ । ସରକାରୀ ଘର ଖଣ୍ଡିଏ ପାଇବା ପାଇଁ ତା’ର ବିଧବା ମା ପଞ୍ଚାୟତ ଅଫସିକୁ ଦୌଡ଼ି ଦୌଡ଼ି କେହିବି ଶୁଣୁନାହାନ୍ତି।ମାସକୁ ମୁଣ୍ଡ ପିଛା ୫ କିଲୋ ହିସାବରେ ୧୫ କିଲୋ ଚାଉଳ ସେଇ ଭତ୍ତା ହିଁ ଭରସା ।
ଘରେ ଇଲେକ୍ଟ୍ରି ସୁଇସ ବୋର୍ଡ଼ ଝୁଲୁଛି ସିନା କିନ୍ତୁ ବିଦ୍ୟୁତ ସଂଯୋଗ ନାହିଁ? ଏହିଭଳି ଅବସ୍ଥାରେ ପରିବାର ବଞ୍ଚିଥିଲାବେଳେ ମାଟ୍ରିକ ପରୀକ୍ଷା ନଦେଇ ବରଂ ବାହାର ରାଜ୍ୟରେ ଦାଦନ ଖଟିବାକୁ ଆକାଶ ଆଦରି ନେଇଛି । ବାଲେଶ୍ବର ଜିଲ୍ଲା ସୋର ବ୍ଲକ ମାଣିପୁର ପଞ୍ଚାୟତର ଖୁଣ୍ଟା ଗ୍ରାମର ବାପ ଛେଉଣ୍ଡ ଆକାଶ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବା ପାଇଁ ମାଧ୍ୟମିକ ବୋର୍ଡ଼ରୁ ତା ନାଁରେ ଆଡ଼ମିଟ କାର୍ଡ଼ ମଧ୍ୟ ଆସିଥିଲା । କିନ୍ତୁ ପରିବାରର ଆର୍ଥିକ ସ୍ଥିତି ତାକୁ ପରୀକ୍ଷା ଦେବା ସୁଯୋଗରୁ ବଞ୍ଚିତ କରିଲା ବୋଲି ଗାଁ ଲୋକେ କୁହନ୍ତି। ଗତବର୍ଷ କରୋନା ଯୋଗୁଁ ସ୍କୁଲ ର ପାଠପଢା ବନ୍ଦ ଥିବାବେଳେ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପଢିବାର ସୁଯୋଗ ମିଳିଥିଲା। ଘରେ ତ ମୋବାଇଲ ନାହିଁ କଣ ବା କରିପାରିଥାନ୍ତା ସେ । ପରିବାରଟି ସରକାରୀ ଯୋଜନାରୁ ବଞ୍ଚିତ ହୋଇ ପଡ଼ିଥିଲାବେଳେ ନାବାଳକ ଆକାଶ ସେନାପତିକୁ ପୁଣିଥରେ ପାଠପଢିବାର ସୁଯୋଗ ଦିଆଯିବା ପାଇଁ ସରକାରୀ ସ୍ତରରେ ପ୍ରଚେଷ୍ଟା ଜାରି ରଖିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।

Share this…
Share on Facebook

Facebook