ସ୍କୁଲ ଦିଦିଙ୍କ ଟଙ୍କା ନେବା ଭିଡିଓ ଭାଇରାଲ ହେଉଛି ସୋସିଆଲ ମିଡିଆରେ

ଟିଟିଲାଗଡ଼ : ରାଜ୍ୟ ସରକାର ପିଲାଙ୍କ ପାଠ ପଢା ଠାରୁ ଆରମ୍ଭ କରି ମୋଧ୍ୟାନ ଭୋଜନ ଯୋଗାଇ ଦେଉଛନ୍ତି ।ଖାଲି ମଧ୍ୟାନ ଭୋଜନ ନୁହେଁ ସମସ୍ତ ପିଲା ମାନଙ୍କ ପାଇଁ ମାଗଣାରେ ପୁସ୍ତକ ମଧ୍ୟ ଯୋଗାଇ ଦିଆଯାଇଛି । କାରଣ ଆଜିର ଶିଶୁ କାଲିର ନାଗରିକ ।ଏମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ବିଭିନ୍ନ ସୁବିଧା ରାଜ୍ୟ ସରକାର ପକ୍ଷରୁ ପ୍ରଣୟନ କରାଯାଇଛି । ହେଲେ ସ୍କୁଲର ଶିକ୍ଷୟିତ୍ରୀ ପରିତ୍ୟାଗ ସାଟିପିକେଟ ପାଇଁ ମାଗୁଛନ୍ତି ଲାଞ୍ଚ ବୋଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡ଼ିଓ । ଏହି ଭିଡିଓ କୁ ନେଇ ସୋସିଆଲ ମିଡିଆରେ ଶିକ୍ଷୟିତ୍ରୀ ଙ୍କୁ ପ୍ରତିବାଦ ମଧ୍ୟ କରିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଜଣେ ଶିକ୍ଷୟିତ୍ରୀ ଟଙ୍କା ନେଉଥିବା ଭିଡିଓ । ତେବେ ଘଟଣା ଟି ହେଉଛି ଟିଟିଲାଗଡ଼ ବେଲ୍ ପଦର୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଘଟଣା ବୋଲି ଯାହା ସ୍କୁଲ ସାଟିପିକେଟ ରୁ ଜଣା ପଡୁଛି । ଜଣେ ଭାଇ ତାଙ୍କ ଭଉଣୀର ସ୍କୁଲ ପରିତ୍ୟାଗ ସାଟିପିକେଟ ନେଇ ଭିଡିଓ ଉତ୍ତୋଳନ କରିଥିବା ଜଣା ଯାଏ । ତେବେ ମନିଷା ଭୋଇ ବୋଲି ସାଟିପିକେଟ ରୁ ଜଣାପଡୁଛି । ବିଦ୍ୟାଳୟ ପରିତ୍ୟାଗ ସାର୍ଟି ଫିକେଟ ଆଣିବା କୁ ଯାଇ ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟ ପରିତ୍ୟାଗ ସାର୍ଟି ଫିକେଟ(school leaving certificate) ମାଗିଥିଲେ ,ତେବେ ସେ ଦେବାକୁ ମନା କରି ଥିଲେ । ବହୁତ୍ ଅନୁରୋଧ କରି ବାରୁ ତାଙ୍କୁ ଟଙ୍କା ମାଗିଲେ । ବିଦ୍ୟାଳୟ ପରିତ୍ୟାଗ ସାର୍ଟି ଫିକେଟ ନେଲେ ପଇସା ଲାଗେ ବୋଲି ଜାଣି ନ ଥିଲେ । ସେ କହିଥିଲେ ଆଜ୍ଞା ଗରିବ ଲୋକ ପଇସା ପତ୍ର ପାଖରେ ନାହିଁ ଆପଣ ଯଦି କହୁଛନ୍ତି ତେବେ ପରେ ଆଣିଦେବୀ ।କିନ୍ତୁ ସେଥିରେ ରାଜି ହେଇ ନ ଥିଲେ । କହିଲେ ଆଗ ଟଙ୍କା ଆଣ ତା ପରେ ସାଟିପିକେଟ ନେବ । କୌଣସି ଉପାୟ ନ ପାଇଁ ତାଙ୍କ ସହିତ ଯାଇଥିବା ସାଙ୍ଗ ପାଖରୁ ୨୦୦ଟଙ୍କା ଧାର ମାଗି କି ଦେଇ ଥିଲେ । ଦେଖନ୍ତୁ ଆଜ୍ଞା ଦିଦି ଆମର କି ଭଳି ଖପ କି ଟଙ୍କା ଟା ଧରି ପର୍ସ ରେ ପୁରେଇ ଦେଉଛନ୍ତି । ମାସକୁ ୩୦ ରୁ ୪୦ ହଜାର ବସି ବସି ନେଉଛନ୍ତି ସେତିକିରେ ତାଙ୍କୁ ବୋଧେ ନିଅଂଟା ହେଉଛି । ଯାହା ଫଳରେ ଦିଦି ଆମର ୨୦୦ ଟଙ୍କା ନ ଦେଲେ ସାଟିପିକେଟ ଦେଇ ପାରିବେନି ବୋଲି ମୋନା କରୁଥିଲେ । ଯେମିତି ୨୦୦ ଟଙ୍କିଆ ନୋଟ ଦେଖିଲେ ଦିଦି ଆମର ଖପ କି ନା ଧରି ନେଲେ ଆଉ ଫୋଟ କି ସାଟିପିକେଟ ଦେଇ ଦେଲେ । ତେବେ ଦୁଃଖର ବିଷୟ ମନୀଷା ର ମାଆ ନାହିଁ ପଇସା ତା ପାଇଁ ସାତ ସପନ। ଗରିବ କୁ ଦଇବ ସାହା ଭଳି ମାଗି ଯାଚି ଚଳେ । ଗରିବ ପିଲା ଠାରୁ ଲୁଟିବା କେତେ ଦୂର ଠିକ ।। ତାହା ପ୍ରତି ମୁରିବାହାଲ ବ୍ଲକର ଶିକ୍ଷା ଅଧିକାରୀ , MINISTER TUKUNI SAHU & collector balangir ,sub collector titilagarh, SCHOOL AND MASS EDUCATION ODISHA ଏହି ଭଳି ଶିକ୍ଷୟିତ୍ରୀ ଙ୍କ ବିରୁଢ଼ରେ କାର୍ଯ୍ୟାନୁଷ୍ଠାନ ନେବା କୁ ଅନୁରୋଧ କରିଛନ୍ତି ସୋସିଆଲ ମିଡିଆରେ ।

Share this…
Share on Facebook

Facebook