ବସ୍ତା ଥାନା ୬୦ ନମ୍ୱର୍ ଜାତୀୟ ରାଜପଥ ଗାନ୍ଧୀଛକ ଠାରେ ଯାତ୍ରୀବାହୀ ବସରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ଗହଣା ଲୁଟ ନେଇ ଥାନାରେ ଅଭିଯୋଗ ହୋଇଛି, ଡ଼କାୟତି ଅଭିଯୋଗ ପାଇଁ ବସ୍ତା ଥାନା ପୋଲିସ ଘଟଣାର ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭକରିଛି, ଘଟଣାରୁ ପ୍ରକାଶ ଆଜି ସନ୍ଧ୍ୟା ସମୟରେ କମର୍ଦ୍ଦା ଅଞ୍ଚଳରୁ ଦଧିବାମନ ନାମକ ଏକ ଯାତ୍ରୀବାହି ବସ୍ ଲେବର ନେଇ ହାଇଦ୍ରାବାଦ୍ କୁ ଯାଉଥିଲା,ଏହି ବସରେ ଲେବର ଠିକାଦାର ଚନ୍ଦନ ପାଲ ରହିଥିବା ବେଳେ ବସ୍ତା ଥାନା ଗାନ୍ଧୀଛକ ଠାରେ ଉକ୍ତ ବସ କୁ ଜଣେ ଯୁବକ ଅଟକାଇ ଅନ୍ୟଏକ ଲେବର ତାଙ୍କ ନିକଟରେ ଥିବା ଦର୍ଶାଇ ବସ ପଛକୁ ଡାକିଥିଲେ,ଉକ୍ତ ଠିକାଦାର ବସ ପଛକୁ ଯିବାବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଅନ୍ୟ ଚାରି ଯୁବକ ଠିକାଦାର ଚନ୍ଦନ ର ମୁଣ୍ଡରେ ବନ୍ଧୁକ ଦେଖାଇ ନିଜ ବାଇକରେ ବସିବାକୁ କହିଥିଲେ,ଚନ୍ଦନ ଜୀବନ ଭୟରେ ଡକାୟତ ଙ୍କ ଗାଡ଼ିରେ ବସିଥିବା ବେଳେ ତାଙ୍କୁ ସେମାନେ ନିଛାଟିଆ ସ୍ଥାନକୁ ନେଇ ତାଙ୍କ ନିକଟରେ ଥିବା ସୁନା ଚେନ୍,ପାଞ୍ଚଟି ମୁଦି ଜୋର୍ କରି ଛଡାଇ ନେଇ ଚମ୍ପଟ ମାରିଥିଲେ, ଏନେଇ ଚନ୍ଦନ ବସ୍ତା ଥାନା କୁ ଫୋନ୍ କରି ଜଣାଇବା ପରେ ବସ୍ତା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି, ତେବେ ଉକ୍ତ ଯୁବକ ଜଣକ ଜଳେଶ୍ବର ଥାନା ବାଇଗଣବାଡିଆ ଅଞ୍ଚଳର ବୋଲି ସୁଚନା ମିଳୁଛି । MPX TV ODISHA